ଏସିଆ ବ୍ୟାଡ୍ମିଣ୍ଟନ୍: ସିନ୍ଧୁ ଆଗେଇଲେ, ପଣ୍ଡାଭଉଣୀ ବିଦା – Kalinga News

[ad_1]
ଭୁବନେଶ୍ବର: ଚୀନ୍ର ନିଙ୍ଗବୋଠାରେ ଚାଲିଥିବା ବ୍ୟାଡ୍ମିଣ୍ଟନ୍ ଏସିଆ ଚାମ୍ପିଅନ୍ସିପ୍ ଦ୍ବିତୀୟ ରାଉଣ୍ଡରେ ଭାରତୀୟ ମହିଳା ଏକକ ଖେଳାଳି ପିଭି ସିନ୍ଧୁ ପ୍ରବେଶ କରିଛନ୍ତି। ବୁଧବାର ମୁକାବିଲାରେ ୨ ଥରର ଅଲିମ୍ପିକ୍ ପଦକ ବିଜୟିନୀ ସିନ୍ଧୁ ୧୮-୨୧, ୨୧-୧୪, ୨୧-୧୯ରେ ମାଲେସିଆର ଗୋ ଜିନ ୱେଇଙ୍କୁ ମାତ୍ ଦେଇଥିଲେ। ୨୦୨୨ରେ ଏଠାରେ କାଂସ୍ୟ ଜିତିଥିବା ସିନ୍ଧୁ କ୍ବାର୍ଟରଫାଇନାଲ୍ରେ ଚୀନ୍ର ହାଂ ୟୁଏଙ୍କୁ ଭେଟିବେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଓଡ଼ିଶାର ପଣ୍ଡାଭଉଣୀ ଋତାପର୍ଣ୍ଣା ଓ ଶ୍ବେତାପର୍ଣ୍ଣାଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ମହିଳା ଯୁଗଳ ମୁକାବିଲାରେ ଏହି ଭାରତୀୟ ଯୋଡ଼ି ୮-୨୧, ୧୩-୨୧ରେ ସପ୍ତମ ମାନ୍ୟତାପ୍ରାପ୍ତ ସ୍ଥାନୀୟ ଯୋଡ଼ି ଝାଙ୍ଗ ସୁ ଜିଆନ୍ ଓ ଝେଙ୍ଗ ୟୁଙ୍କଠୁ ହାରିଯାଇଛନ୍ତି। ସେହିପରି ପୁରୁଷ ଏକକରେ ଭାରତର ତାରକା ଖେଳାଳି ଲକ୍ଷ୍ୟ ସେନ୍ ଓ ପ୍ରିୟାଂଶୁ ରାଜାୱତଙ୍କ ଅଭିଯାନ ମଧ୍ୟ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ବିଶ୍ବ କାଂସ୍ୟ ବିଜେତା ଲକ୍ଷ୍ୟ ୧୯-୨୧, ୧୫-୨୧ରେ ସ୍ଥାନୀୟ ଖେଳାଳି ଶୀର୍ଷ ମାନ୍ୟତାପ୍ରାପ୍ତ ସି ୟୁ କ୍ବିଙ୍କଠୁ ଏବଂ ପ୍ରିୟାଂଶୁ ୯-୨୧, ୧୩-୨୧ ମାଲେସିଆର ଲି ଜି ଜିଆଙ୍କଠୁ ପରାସ୍ତ ହୋଇଛନ୍ତି।
[ad_2]




