ଅଭ୍ୟାସ ସମୟରେ ଛକା ମାରି ଚେପାକର କାନ୍ଥ ଭାଙ୍ଗିଦେଲେ ବିରାଟ କୋହଲି, ଭିଡିଓ ଭାଇରଲ
ଟି୨୦ ବିଶ୍ୱକପ ଜିତିବାର ଦୀର୍ଘ ୪୪ ଦିନ ପରେ ଭାରତୀୟ କ୍ରିକେଟ ଟିମ୍ ମଇଦାନକୁ ଫେରିବ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି ରୋହିତ ବାହିନୀ । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍ ଚେନ୍ନାଇରେ ବାଂଲାଦେଶ ବିପକ୍ଷରେ ଟେଷ୍ଟ ମ୍ୟାଚ ଖେଳିବ । ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ ।
ପ୍ରଥମ ମ୍ୟାଚ ସେପ୍ଟେମ୍ବର ୧୯ରେ ଚେନ୍ନାଇର ଚେପାକ ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଦୁଇଟି ଯାକ ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ ପାଇଁ ଭାରତୀୟ ଟିମ୍ ଚେନ୍ନାଇରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଛି । ଆଉ ଏହି ଅଭ୍ୟାସ ମ୍ୟାଚ ସମୟରେ ବିରାଟ କୋହଲି ଏମିତି କିଛି କରିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।
ଚେନ୍ନାଇର ଚେପାକ ଷ୍ଟାଡିମୟରେ ବିରାଟ କୋହଲି ନେଟ୍ରେ ଅଭ୍ୟାସ କରୁଛନ୍ତି । ଆଉ ଅଭ୍ୟାସ କରିବା ସମୟରେ ବିରାଟ କୋହଲି ଏକ ଦମଦାର ଛକା ମାରିଛନ୍ତି । ଏହି ଛକାରେ ଭାରତୀୟ ଟିମର ଟ୍ରେସିଂ ରୁମ ପାଖରେ ଥିବା ଏକ କାନ୍ଥ କଣା ହୋଇଯାଇଛି । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । କୋହଲିଙ୍କ ଏଭଳି ଅନ୍ଦାଜ ଦେଖି ଫ୍ୟାନ୍ସ କୋହଲି ୨.୦ ବୋଲି କହୁଛନ୍ତି । କୋହଲଙ୍କ ଏଭଳି ଅଭ୍ୟାସ ଦେଖି ବାଂଲାଦେଶ ବୋଲରଙ୍କ ଅବସ୍ଥା କ’ଣ ହେବ ତାହା ଫ୍ୟାନ୍ସ ଅନୁମାନ କରୁଛନ୍ତି । ଅଭ୍ୟାସ ମ୍ୟାଚରେ ବିରାଟ କୋହଲି ନେଟରେ ୪୫ ମିନିଟ୍ ବିତାଇଥିଲେ । ସେହିପରି ଜସପ୍ରୀତ ବୁମରା ମଧ୍ୟ ଜୋରଦାର ଅଭ୍ୟାସ କରିଥିଲେ ।