ରାଜନୀତି

୯ ପ୍ରାର୍ଥୀଙ୍କ ତାଲିକା ଜାରି କଲା ବିଜେପି – Kalinga News

[ad_1]

ଚେନ୍ନାଇ: ତାମିଲନାଡୁ ଲୋକସଭା ନିର୍ବାଚନ ପାଇଁ ବିଜେପି ଗୁରୁବାର ୯ ଜଣ ପ୍ରାର୍ଥୀଙ୍କ ତୃତୀୟ ତାଲିକା ପ୍ରକାଶ କରିଛି। ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ କୋଏମ୍ବାଟୁର ଆସନରୁ, ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନ ଚେନ୍ନାଇ (ଦକ୍ଷିଣ)ରୁ, କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନ ନୀଳଗିରିରୁ ଏବଂ ନୈନାର ନଗେନ୍ଦ୍ରନ ତିରୁନେଲଭେଲିରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ରାଧାକ୍ରିଷ୍ଣନ, ଟିଆର୍ ପାରିବେନ୍ଧର, ନରସିଂହନ ଏବଂ ଏସି ଷଣ୍ମୁଗମ୍ ମଧ୍ୟ ଅଛନ୍ତି। ଟିଏମ୍‌ସି ଓ ଏଏମ୍‌ଏମ୍‌କେ ସମେତ ଛୋଟ ଦଳ ଓ ସଂଗଠନ ଏବଂ ଅଲଗା ହୋଇଥିବା ଏଆଇଏଡିଏମ୍‌କେ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ପନିରସେଲଭମ୍‌ଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଥିବା ବିଜେପି ଚଳିତ ବର୍ଷ ଲୋକସଭା ନିର୍ବାଚନରେ ତାମିଲନାଡୁରେ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛି। ୨୦୧୯ ଲୋକସଭା ନିର୍ବାଚନରେ ଦଳ ଏଆଇଏଡିଏମ୍‌କେ ଓ ପିଏମ୍‌କେ ସହ ମେଣ୍ଟ କରି ଲଢ଼ିଥିଲେ ମଧ୍ୟ ଗୋଟିଏ ବି ଆସନ ଜିତିପାରି ନ ଥିଲା। ୨୦୧୪ରେ ଦଳ କନ୍ୟାକୁମାରୀ ଲୋକସଭା ଆସନରୁ ବିଜୟୀ ହୋଇଥିଲା। ରାଜ୍ୟ ସଭାପତି କେ ଆନ୍ନାମଲାଇଙ୍କ ସମେତ ଦଳର ତାମିଲନାଡୁ ନେତାମାନେ ନିର୍ବାଚନରେ ଜିତିବା ପାଇଁ ସମସ୍ତ ପ୍ରୟାସ ଆରମ୍ଭ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button