ରାଜନୀତି

ପୁରୀରୁ ନିର୍ବାଚନ ବିଗୁଲ୍ ଫୁଙ୍କିଲା ବିଜେଡି: ମହାପ୍ରଭୁଙ୍କୁ ଏକାଠି ଦର୍ଶନ କରି ମଇଦାନକୁ ଓହ୍ଲାଇଲେ – Kalinga News

[ad_1]

ପୁରୀ: ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଥମିନି। ସେପଟେ ବିଜେଡି ନିର୍ବାଚନ କସରତ ଆରମ୍ଭ କରିସାରିଲାଣି। ପୁରୀ ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ, ବରିଷ୍ଠ ନେତାମାନେ ଆଜି ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ରାଜନୈତିକ ମହଲରେ ଚର୍ଚ୍ଚାର ଚର୍ଚ୍ଚାର ବିଷୟ ହୋଇଛି। ବରିଷ୍ଠ ବିଜେଡି ନେତା ଅରୁପ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ବିଜେଡି ସଭାପତି ଦିବାକର ପାତ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ପିପିଲି ବିଧାୟକ ରୁଦ୍ରପ୍ରତାପ ମହାରଥୀ, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ରାଜ୍ୟ ଯୁବ ବିଜେଡି ଉପସଭାପତି ସୁନିଲ ମହାନ୍ତି, ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର ପ୍ରମୁଖ ଆଜି ଅପରାହ୍ଣରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି।

ଜିଲ୍ଲା ବିଜେଡି ସଭାପତି ଶ୍ରୀ ପାତ୍ର କହିଛନ୍ତି, ପୁରୀ ସଂସଦୀୟ କ୍ଷେତ୍ରରେ ୬ ବିଧାନସଭା ନିର୍ବାଚନମଣ୍ଡଳୀରେ କିଏ କେଉଁଠି ବିଧାୟକ ପ୍ରାର୍ଥୀ ହେବେ, ଆପାତତଃ ନିଷ୍ପତ୍ତି ହୋଇସାରିଛି। ସମୟ ଅନୁସାରେ ଏହା ଘୋଷଣା ହେବ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ଭାବ୍ୟ ପୁରୀ ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପୁରୀରୁ ସୁନିଲ ମହାନ୍ତି, ବ୍ରହ୍ମଗିରିରୁ ଉମାକାନ୍ତ ସାମନ୍ତରାୟ, ସତ୍ୟବାଦୀରୁ ସଂଜୟ ଦାସବର୍ମା, ପିପିଲିରୁ ରୁଦ୍ରପ୍ରତାପ ମହାରଥୀ ବିଧାୟକ ପ୍ରାର୍ଥୀ ହେବା ଆପାତତଃ ନିଷ୍ପତ୍ତି ସରିଛି ବୋଲି ଶ୍ରୀ ପାତ୍ର କହିଛନ୍ତି। ରାଜ୍ୟସଭା ସାଂସଦ ଶ୍ରୀ ଖୁଣ୍ଟିଆ କହିଛନ୍ତି, ପୁରୀ ସଂସଦୀୟ କ୍ଷେତ୍ରରେ ସାଂଗଠନିକ କାର୍ଯ୍ୟକୁ ସଂଚାଳନ ତଥା ଦଳକୁ ସୁଦୃଢ଼ କରିବା ଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ ନିର୍ବାଚନ ପାଇଁ ପୁରୀ ସଂସଦୀୟ କ୍ଷେତ୍ରର ନେତାମାନେ ଆଜିଠାରୁ କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ପରେ ଦଳୀୟ ସାଂଗଠନିକ ବୈଠକ ହେବ। ଉଲ୍ଲେଖଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ସଂସଦୀୟ କ୍ଷେତ୍ରରୁ ହିଁ ନିର୍ବାଚନ ସମୀକ୍ଷା କାର୍ଯ୍ୟ ଆରମ୍ଭ କରିଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button