ରାଜନୀତି

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ସମ୍ମାନୀତ କଲା ବିଜେପି – Kalinga News

[ad_1]

ଲକ୍ଷ୍ନୌ: ଲଶ୍କର-ଇ-ତୋଏବା ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୁକ୍ତଙ୍କୁ ବିଜେପି ସାଂସଦ ମଞ୍ଚରେ ସମ୍ମାନୀତ କରିଛନ୍ତି। ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଜେଲ୍ ଯାଇ ଜାମିନ୍ ରେ ଆସିଥିବା ସଞ୍ଜୟ ସରୋଜଙ୍କୁ ସାଂସଦ ସଙ୍ଗମଲାଲ ଗୁପ୍ତା ବିଜେପି ଉତ୍ତରୀୟ ପିନ୍ଧାଇ ସମ୍ମାନୀତ କରିଛନ୍ତି।

ପ୍ରତାପଗଡ଼ର ପୃଥ୍ବୀଗଞ୍ଜ ନଗରରେ ଆୟୋଜିତ ବିଜେପି କାର୍ଯ୍ୟକ୍ରମରେ ନୀଲମ ଗୁପ୍ତା ସରୋଜଙ୍କୁ ଦଳର ସଦସ୍ୟତା ପ୍ରଦାନ କରାଯାଇଥିଲା। ଏହି ଅବସରରେ ତାଙ୍କର ଦିଅର ସଞ୍ଜୟଙ୍କୁ ସମ୍ମାନୀତ କରାଯାଇଥିଲା। ୨୦୧୮ରେ ଉତ୍ତରପ୍ରଦେଶ ଏଟିଏସ୍ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଅଭିଯୋଗରେ ଗିରଫ କରିଥିଲା। ସେ ବହୁଦିନ ଧରି ଜେଲରେ ଥିଲେ। ପରେ ଜାମିନରେ ଆସି ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ଏହାକୁ ନେଇ ସମାଜବାଦୀ ପାର୍ଟି ବିଜେପିକୁ ଘେରିବା ଆରମ୍ଭ କରିଛି।

ତେବେ ସାଂସଦ କହିଛନ୍ତି ସେ ସଞ୍ଜୟଙ୍କ ସମ୍ପର୍କରେ ଅଧିକ କିଛି ଜାଣି ନାହାନ୍ତି। ତେଣୁ ସେ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଅନୁସାରେ ସଞ୍ଜୟଙ୍କୁ ସମ୍ମାନୀତ କରିଥିଲେ। ସଞ୍ଜୟ ପୂର୍ବରୁ ସମାଜବାଦୀ ପାର୍ଟିରୁ ଟିକେଟ ପାଇବା ଲାଗି ପ୍ରୟାସ କରୁଥିଲେ। କିନ୍ତୁ ସେ ଏଥିରେ ସଫଳ ହୋଇ ପାରି ନ ଥିଲେ।

ଉତ୍ତରପ୍ରଦେଶ ଏଟିଏସ  ୨୬ ମାର୍ଚ୍ଚ  ୨୦୧୮ରେ ସଞ୍ଜୟ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ପର୍ଦ୍ଦାଫାଶ୍ କରିଥିଲେ। ଏହା ପରେ ସଞ୍ଜୟଙ୍କୁ ଗିରଫ କରାଯାଇ ଜେଲ୍  ପଠାଯାଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button