ଚେନ୍ନାଇରେ ହେବ ସିଏସକେ-ଆରସିବି ଲଢ଼େଇ: ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇ ପାରନ୍ତି ସ୍ପିନର – Kalinga News

[ad_1]
ଚେନ୍ନାଇ: ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୨ ଶୁକ୍ରବାର ରାତି ୮ଟାରେ ଆରମ୍ଭ ହେବ। ୧୭ ତମ ସିଜିନ୍ ର ପ୍ରଥମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ମୁହାଁମୁହିଁ ହେବେ। ମ୍ୟାଚ୍ ଚେନ୍ନାଇର ଏଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ ରେ ଖେଳାଯିବ। ଏହାକୁ ଚେପୋକ୍ ଷ୍ଟାଡିୟମ୍ ମଧ୍ୟ କୁହାଯାଇଥାଏ। ଷ୍ଟାଡିୟମ୍ ର ପିଚ୍ ରିପୋର୍ଟ ଅନୁସାରେ ଏହା ସ୍ପିନରଙ୍କୁ ସୁହାଇବ। ଏହା ସହିତ ଧୀର ବୋଲରଙ୍କ ପାଇଁ ଏହି ପିଚ୍ ଉପଯୋଗୀ ହୋଇଥାଏ। ପିଚ୍ ରେ ବଲ୍ ଅଧିକ ଟର୍ନ କରିଥାଏ। ଫଳରେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପିଚ୍ ରେ ବଡ଼ ସଟ୍ ମାରିବା ସହଜ ହେବ ନାହିଁ ବୋଲି କୁହାଯାଉଛି। ତେବେ ଗତ କିଛି ମ୍ୟାଚ୍ ରେ ଦେଖାଯାଇଛି ପିଚ୍ ବ୍ୟାଟ୍ସମ୍ୟାନ୍ ଙ୍କୁ ସୁହାଉଛି।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଟସ୍ ଜିତିଥିବା ଦଳ ପ୍ରଥମେ ବୋଲିଂ କରିବା ବୁଦ୍ଧିମାନର କାର୍ଯ୍ୟ ହେବ ବୋଲି କୁହାଯାଉଛି। ଗତ ୧୬ ତମ ଆଇପିଏଲ୍ ସିଜିନ୍ ରେ ଏହି ପିଚ୍ ରେ ପ୍ରଥମ ବ୍ୟାଟିଂରେ ହାରାହାରି ୧୭୦ ରନ୍ ସ୍କୋର ହୋଇଥିବା ଦେଖିବାକୁ ମିଳିଥିଲା। ପିଚ୍ ରେ ରନ୍ ର ପିଛା କରିବା ସହଜ ହେଉଥିବା କୁହାଯାଉଛି।
ଶୁକ୍ରବାର ଚେନ୍ନାଇରେ ଦିନରେ ଗରମ ହେବା ସହିତ ସନ୍ଧ୍ୟାରେ ଅଳ୍ପ ଆଦ୍ରତା ଅନୁଭୁତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଦିନର ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ରୁ ୩୬ ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ସେହିପରି ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରୁ ୨୭ ଡିଗ୍ରୀ ସେଲସିୟସ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
[ad_2]