ଦେଶ- ବିଦେଶ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ – Kalinga News

[ad_1]

ନୂଆଦିଲ୍ଲୀ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଗିରଫ ହୋଇଛନ୍ତି। ଅବକାରୀ ଦୁର୍ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବାସଭବନରେ ଚଢ଼ଉ କରିବା ସହ ତାଙ୍କୁ ଜେରା କରିବା ପରେ ଗିରଫ କରିଛି। କ୍ଷମତାରେ ଥାଇ ଜଣେ ମୁଖ୍ୟମନ୍ତ୍ରୀ ଗିରଫ ହେବାରେ ଏହା ପ୍ରଥମ ଘଟଣା। ତେବେ କେଜ୍ରିୱାଲ ଗିରଫ ହେବାପରେ ଆପ୍ ମନ୍ତ୍ରୀ ଅତିଶୀ କହିଛନ୍ତି, କେଜ୍ରିୱାଲ ହିଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅଛନ୍ତି ଏବଂ ଆଗକୁ ମଧ୍ୟ ରହିବେ। ଗଣମାଧ୍ୟମରେ ଅତିଶୀ କହିଛନ୍ତି, ଆମେ ସବୁବେଳେ କହୁ ଯେ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବେ। ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରହିବେ। ଆମେ ସୁପ୍ରିମକୋର୍ଟରେ ମାମଲା ରୁଜୁ କରିଛୁ। ଆମ ଓକିଲ ସୁପ୍ରିମକୋର୍ଟରେ ପହଞ୍ଚି ସାରିଛନ୍ତି ବୋଲି ସେ କହିଛନ୍ତି। ଅତିଶୀ ମଧ୍ୟ ଦୃଢ଼ୋକ୍ତି ବାଢ଼ି କହିଛନ୍ତି ଯେ କୌଣସି ନିୟମ କେଜ୍ରିୱାଲଙ୍କୁ ଜେଲରୁ ସରକାର ଚଳାଇବାରୁ ଅଟକାଇ ପାରିବନି। ଆପ୍ ମଧ୍ୟ କେଜ୍ରିୱାଲଙ୍କ ଗିରଫ ରଦ୍ଦ କରିବାପାଇଁ ସୁପ୍ରିମକୋର୍ଟ ଯାଇଛି। ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ କହିଛନ୍ତି, ଆମେ କୋର୍ଟ ଯାଇଛୁ ଏବଂ ରାତି ଅଧିଆ ଶୁଣାଣି ପାଇଁ ଅନୁରୋଧ କରିଛୁ। ଶୁକ୍ରବାର ଦିନ କେଜ୍ରିୱାଲଙ୍କୁ ଏକ ସ୍ବତନ୍ତ୍ର ପିଏମଏଲଏ କୋର୍ରେ ହାଜର କରାଯିବ ଏବଂ ଇଡି କେଜ୍ରିୱାଲଙ୍କୁ ଜେରା ପାଇଁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ତେବେ କେଜ୍ରିୱାଲଙ୍କୁ ଜେରା ସମୟରେ ତାଙ୍କ ବାସଭବନ ବାହାରେ ଆପ୍ ନେତା ଏବଂ କର୍ମୀମାନେ ଜୋରଦାର ସ୍ଲୋଗାନ ଦେଇ ଏହାର ବିରୋଧ କରିଥିଲେ। ଆପ୍ ବିଧାୟକ ରାଖୀ ବିର୍ଲା ମଧ୍ୟ କେଜ୍ରିୱାଲଙ୍କ ବାସଭବନ ବାହାରେ ଆନ୍ଦୋଳନ କରି ପୁଲିସ ଦ୍ବାରା ଅଟକ ରହିଛନ୍ତି। କେଜ୍ରିୱାଲଙ୍କ ବାସଭବନ ବାହାରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି। କେଜ୍ରିୱାଲ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ଫୋନ୍ ଛଡ଼ାଇ ନିଆଯାଇଛି। ଆପ୍ ମନ୍ତ୍ରୀ ସୌରଭ ଭରଦ୍ବାଜ ଦାବି କରିଛନ୍ତି ଯେ ଆପ୍ ନେତାମାନେ କେଜ୍ରିୱାଲଙ୍କ ସହ କୌଣସି ଯୋଗାଯୋଗ ରଖିପାରିବେନି ଏବଂ କେଜ୍ରିୱାଲଙ୍କ ବାସଭବନକୁ ସେମାନଙ୍କୁ ପ୍ରବେଶ କରିବାପାଇଁ ଅଟକାଯାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button