ଖେଳ ଖବର

ଧୋନିଙ୍କ ବଦଳରେ ଋତୁରାଜ ହେବେ ସିଏସକେ ଅଧିନାୟକ – Kalinga News

[ad_1]

ଚେନ୍ନାଇ : ଆଇପିଏଲ୍ ୨୦୨୪ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହାର ଦିନକ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇ ପ୍ରଶଂସକଙ୍କୁ ବଡ ଝଟକା ଦେଇଛି । ଦଳର ସବୁଠାରୁ ଲୋକପ୍ରିୟ ଖେଳାଳି ମହେନ୍ଦ୍ର ସିଂ ଧୋନି ଅଧିନାୟକ ପଦ ଛାଡ଼ିଛନ୍ତି । ତାଙ୍କ ବଦଳରେ ଋତୁରାଜ ଗାଏକ୍ବାଡ୍ ହେବେ ଦଳର ଅଧିନାୟକ । ଏ ସଂପର୍କରେ ସିଏସକେର ଅଫିସିଆଲ ଏକ୍ସ ହାଣ୍ଡଲରେ ଘୋଷଣା କରାଯାଇଛି ।

ବାସ୍ତବରେ ପ୍ରତି ଋତୁ ଭଳି ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସବୁ ଦଳର ଅଧିନାୟକ ଟ୍ରଫି ସହ ଫଟୋସୁଟ୍ କରିଥାନ୍ତି। ଚଳିତ ଋତୁରେ ମଧ୍ୟ ସମାନ ଘଟଣା ଘଟିଥିଲା, ଯେଉଁଠାରେ ସମସ୍ତ ୧୦ଟି ଦଳର ଅଧିନାୟକଙ୍କୁ ଫଟୋସୁଟ୍ ପାଇଁ ଡକାଯାଇଥିଲା। କିନ୍ତୁ ଧୋନି ଏହି ଫଟୋସେସନରେ ଯୋଗ ଦେଇନଥିଲେ । ତାଙ୍କ ସ୍ଥାନରେ ଦଳର ଯୁବ ଓପନର ଋତୁରାଜ ଗାଇକୱାଡ ଯୋଗ ଦେଇଥିଲେ ।

ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକ ପଦ ଛାଡ଼ିବା ପରେ ଆଇପିଏଲର ଏକ ସୁବର୍ଣ୍ଣ ଯୁଗର ଅନ୍ତ ହୋଇଛି। ଏମଏସ ଧୋନି ଆଇପିଏଲର ସବୁଠାରୁ ସଫଳ ଅଧିନାୟକ ଭାବେ ପରିଚିତ ଥିଲେ । ତାଙ୍କ ନେତୃତ୍ୱରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଏମଏସଙ୍କ ଅଧିନାୟକତ୍ୱରେ ସିଏସକେ ମୋଟ ୫ଟି ଆଇପିଏଲ ଟାଇଟଲ ଜିତିଥିଲା । ତାଙ୍କ ଦଳ ଗତ ସିଜନରେ ବି ଚାମ୍ପିୟନ ହୋଇଥିଲା।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button