ନୋ ପାର୍କିଂରେ ଗାଡ଼ି ରଖିଥିବାରୁ ହଟହଟା ହେଲେ ବୃଦ୍ଧ ଓ ବୃଦ୍ଧା; ବସିଥିବା ବେଳେ ଉଠାଇ ନେଲା କ୍ରେନ – Kalinga News

[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଦୁଇଜଣ ବୃଦ୍ଧ ଗୋଟିଏ କାରରେ ବସିଥିବା ବେଳେ ଉକ୍ତ ଗାଡ଼ିକୁ କ୍ରେନ ଉଠାଇ ନେଇଥିବା ଘଟଣାକୁ ତୀବ୍ର ସମାଲୋଚନା କରାଯାଉଛି। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

Sambad is now on WhatsApp
Join and get latest news updates delivered to you via WhatsApp
କ୍ରେନ ଉଠାଇ ନେଇଥିବା ଗାଡ଼ିର ମାଲିକ ବିଶ୍ବଜିତ ମଜୁମଦାର କହିଛନ୍ତି, ‘ମୁଁ ମୋ ଭାଉଜ ସହିତ ନୋଏଡା ସେକ୍ଟର ୫୦ର ଏକ ହସ୍ପିଟାଲକୁ ଯାଇଥିଲି। ସେଠାରେ ହସ୍ପିଟାଲ ପକ୍ଷରୁ ମୋତେ କିଛି ଜରୁରୀ କାଗଜପତ୍ରର ଫଟୋକଫି ସହିତ ଟଙ୍କା ଜମା କରିବାକୁ କହିଥିଲେ। ତରବର ହୋଇ ମୁଁ ସେକ୍ଟର-୫୦ର ନୋ-ପାର୍କିଂ ଜୋନରେ ଗାଡ଼ି ରଖି ଦେଇଥିଲି। ତେବେ ନୋ-ପାର୍କିଂ ପାଇଁ ଯେଉଁ ଫଳକ ଲାଗିଥିଲା ତାହା ପତ୍ରରେ ଢ଼ାଙ୍କି ହୋଇପଡ଼ିଥିବାରୁ ମୋ ନଜର ପଡ଼ି ନଥିଲା। ୫ମିନିଟ ଭିତରେ ଗାଡ଼ିକୁ ଫେରି ଆସିଥିଲି।
ଯେମିତି ଗାଡ଼ି ଷ୍ଟାର୍ଟ କରି ବାହାରିବାକୁ ଚେଷ୍ଟା କରିଛି ପାର୍କିଂ ସଞ୍ଚାଳକ କ୍ରେନ ନେଇ ପହଞ୍ଚି ଯାଇଥିଲେ । ଆମର କୌଣସି କଥା ନଶୁଣି ସେ ଆମ ଗାଡ଼ିକୁ ତୁରନ୍ତ କ୍ରେନ୍ ସାହାଯ୍ୟରେ ଟାଣି ନେଇଥିଲେ।’
ଘଟଣାସ୍ଥଳରେ ଥିବା କିଛିଲୋକ ଏହାର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି। ନୋଏଡା ମ୍ୟୁନିସିପାଲିଟି ଏନେଇ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାର୍କିଂ ସଞ୍ଚାଳନ କରୁଥିବା କମ୍ପାନିକୁ ନୋଟିସ ଜାରି କରିଛନ୍ତି। ଏଥିସହ କମ୍ପାନିକୁ ବ୍ଲାକ୍ ଲିଷ୍ଟ କରିବାକୁ ପଦକ୍ଷେପ ଆରମ୍ଭ କରିଥିବା ସହିତ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି।
[ad_2]