ବିକଳ୍ପ ନଥିବାରୁ ଟ୍ରାଫିକରେ ପରିସ୍ରା କରିବାକୁ ବାଧ୍ୟ ହେଲି: କାର ଚାଳକ – Kalinga News

[ad_1]
ନୂଆଦିଲ୍ଲୀ: ସହରମାନଙ୍କରେ ଟ୍ରାଫିକ ଜାମ ଏକ ବଡ଼ ସମସ୍ୟା ପାଲଟିଗଲାଣି। ଅଫିସ ଯିବା ସମୟ ହେଉ ଅବା ଆସିବା ସମୟରେ ରାସ୍ତାରେ ପ୍ରବଳ ଟ୍ରାଫିକ ପାଇଁ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ୁଛି। ଏଭଳି ପରିସ୍ଥିତିରେ ସମୟ ସମୟରେ ଆମ୍ବୁଲାନ୍ସକୁ ହସ୍ପିଟାଲ ପର୍ଯ୍ୟନ୍ତ ଯିବା ପାଇଁ ରାସ୍ତା ନମିଳିବାରୁ ସେ ବି ଟ୍ରାଫିକରେ ଫସି ଯାଇଥାଏ।

Sambad is now on WhatsApp
Join and get latest news updates delivered to you via WhatsApp
Lucknow is not for Beginners
pic.twitter.com/iDgB1i5JZp
— Araya
(@arayaawww) February 12, 2024
ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଏହି ଭିଡିଓରେ ଟ୍ରାଫିକ ଜାମରେ ଫସି ଜଣେ ଚାଳକ ରାସ୍ତାରେ ବାଧ୍ୟ ହୋଇ ପରିସ୍ରା କରୁଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଚାଳକ କହିଥିଲେ, ‘ଆଜ୍ଞା ଟ୍ରାଫିକ ଏତେ ଯେ କେତେବେଳେ ଫାଙ୍କା ହେବ ଜଣା ନଥିଲା। ପାଖଆଖରେ କୌଣସି ଶୌଚାଳୟ ବି ନଥିଲା। ଏହି ସମୟରେ ମୋତେ ପରିସ୍ରା ଲାଗିଥିଲା। ମୁଁ ଗାଡ଼ି ଛାଡ଼ି ଅନ୍ୟ ସ୍ଥାନକୁ ବି ଯାଇ ପାରିଲି ନାହିଁ। କାରଣ ମୁଁ ଯିବା ସମୟରେ ଯଦି ଟ୍ରାଫିକ ଛାଡ଼ି ଦିଏ ରାସ୍ତାରେ ମୋର ଗାଡ଼ି ଛିଡା ହୋଇ ରହିବ ଯେଉଁ କାରଣ ପାଇଁ ଆହୁରି ଜାମ ଲାଗିଯିବ। ଜାଣିଛି ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଏଭଳି ଭାବେ ପରିସ୍ରା କରିବା ଅପରାଧ କିନ୍ତୁ କ’ଣ କରିବି ଆଜ୍ଞା କିଛି ବିକଳ୍ପ ଆଉ ମୋ ପାଖରେ ନଥିଲା। ’
[ad_2]