ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ, ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ – Kalinga News

[ad_1]
ସୋର: ଚାକିରି କରେଇ ଦେବାକୁ କହି ୨ କୋଟିରୁ ଅଧିକ ଟଙ୍କାର ଠକେଇ ମାମଲା ବାଲେଶ୍ୱର ସୋର ଅଞ୍ଚଳରେ ଘଟିଛି। ରମେଶ ପାଢ଼ୀ ନାମକ ଜଣେ ବ୍ୟବସାୟୀ ୨୦୧୯ ମସିହାରୁ ୫୦ରୁ ଅଧିକ ବ୍ୟକ୍ତିଙ୍କୁ ବ୍ୟାଙ୍କରେ ଚାକିରି କରାଇବାକୁ କହି ଟଙ୍କା ନେଇଥିଲେ। ଜଣକ ପିଛା ୩ ଲକ୍ଷ ଟଙ୍କା ଆଦାୟ କରି ସେମାନଙ୍କୁ ବଡ଼ ସରକାରୀ ଚାକିରି ଦେବା ଲୋଭ ଦେଖାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ରମେଶ ପାଢ଼ୀ ପୋଲିସ ନାଁ କହି ମଧ୍ୟ କିଛି ଲୋକଙ୍କୁ ଠକିଛନ୍ତି। ରମେଶ ପାଢ଼ୀଙ୍କ ନାଁରେ ସୋର ଓ କେନ୍ଦୁଝର ଥାନାରେ ପାଖାପାଖି ୧୦ଟି ମାମଲା ରହିଛି। ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଠକିଥିବା ଏହି ବ୍ୟକ୍ତିଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମ ବୋଲି ପୁଲିସ୍ କହିଛି।
ସେହିପରି କାହାକୁ ପେଟ୍ରୋଲ ପମ୍ପ କରାଇଦେବା ତ କାହାକୁ କିରୋସିନ ଡିଲରସିପ୍ ଦେବା ଅବା ମଦ କାଉଣ୍ଟର ଖୋଲାଇଦେବା ଓ ଜମି ଦେବାକୁ କହି ଟଙ୍କା ଆଦାୟ କରିଥିଲେ। କେତେବେଳେ ନିଜକୁ ମୁଖ୍ୟ ଶାସନ ସଚିବଙ୍କ ସମ୍ପର୍କିୟ ତ ପୁଣି କେତେବେଳେ ଜିଲ୍ଲାପାଳଙ୍କ ପାଖ ଲୋକ କହି ନକଲି ଚିଠି ଲୋକଙ୍କୁ ଦେଖାଇ ମନରେ ଅଭିଯୁକ୍ତ ବିଶ୍ବାସ ଜନ୍ମାଉଥିଲେ। ହାଇକୋର୍ଟର ନକଲି ଅର୍ଡର ଦେଖାଇ ଲୋକଙ୍କର ବିଶ୍ବାସଭାଜନ ହେବାକୁ ସେ ଚେଷ୍ଟା କରୁଥିଲେ। ଏବେ ଅଭିଯୁକ୍ତକୁ ଗିରଫ କରି ପୋଲିସ୍ ମାମଲାର ତଦନ୍ତ କରୁଛି।
ସୂଚନା ଅନୁସାରେ ୨୦୧୯ ମସିହାରେ ୫୪ ଜଣ ଯୁବକଙ୍କୁ ବ୍ୟାଙ୍କରେ ଚାକିରି ଦେବାକୁ କହି ପ୍ରତ୍ୟେକ ଆଶାୟୀଙ୍କ ଠାରୁ ୩ ଲକ୍ଷ ଟଙ୍କା ଲେଖାଏଁ ସେ ଠକି ନେଇଥିଲେ। ପ୍ରଥମେ ୨୨ ଜଣ ଯୁବକ ଠକାମୀର ଶିକାର ହୋଇଥିବା ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୋର ପୋଲିସ ତାଙ୍କୁ ପଚରାଉଚରା କରିବା ପରେ ସେ ପାଖାପାଖି ୨ କୋଟି ୧୬ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଥିଲା।
[ad_2]



