ଦୁଷ୍କର୍ମ ପୀଡ଼ିତା ବିଚାରପତିଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ – Kalinga News
[ad_1]
ନୂଆଦିଲ୍ଲୀ: ତ୍ରିପୁରାର କମାଳପୁରରେ ଏକ କୋର୍ଟରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ଅସଦାଚରଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଏହି ଅସଦାଚରଣ ଅଭିଯୋଗ ପୀଡ଼ିତା କୋର୍ଟର ଜଣେ ବିଚାରପତିଙ୍କ ବିରୋଧରେ ଆଣିଥିବା ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୀଡିତା ମହିଳା ଅଭିଯୋଗ କରି କହିଛନ୍ତି କି, ମୁଁ ଫେବ୍ରୁଆରି ୧୬ ତାରିଖ ଦିନ ଅସଦାଚରଣ ଶିକାର ହୋଇଛି। ମୁଁ ମୋ ସହିତ ହୋଇଥିବା ଦୁଷ୍କର୍ମ ଘଟଣାକୁ ନେଇ ମାମଲା ରୁଜୁ କରିବା ପାଇଁ ପ୍ରଥମଶ୍ରେଣୀ ନ୍ୟାୟିକ ମାଜିଷ୍ଟ୍ରେଟ କମାଲପୁରଙ୍କ ଚ୍ୟାମ୍ବରକୁ ଯାଇଥିଲି। ଏହି ସମୟରେ ସେ ମୋ ସହିତ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ।
ଏହାପରେ ମୁଁ ଚ୍ୟାମ୍ବରରୁ କୌଶଳ କ୍ରମେ ବାହାରକୁ ଆସି ଘଟଣା ବିଷୟରେ ମୋ ସ୍ବାମୀ ଓ ଓକିଲଙ୍କୁ ଜଣାଇଥିଲି। ଏହାପରେ ଉକ୍ତ ବିଚାରପତିଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା।’
ବିଚାରପତିଙ୍କ ବିରୋଧରେ ହୋଇଥିବା ଅଭିଯୋଗକୁ ନେଇ ତ୍ରିପୁରା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ବି ପାଣ୍ଡେ କହିଛନ୍ତି, ‘ଆମକୁ ଏହି ଘଟଣାର କୌଣସି ଅଧିକାରିକ ଭାବେ ଅଭିଯୋଗ ମିଳିନାହିଁ। ରାଜ୍ୟର ଅନ୍ୟ ଲୋକଙ୍କ ଭଳି ମୁଁ ବି ଏହି ଘଟଣା ବିଷୟରେ ଗଣମାଧ୍ୟମରୁ ଖବର ପାଇଛି। ଏହି ଘଟଣାର ଅଭିଯୋଗ ପାଇବା ମାତ୍ରେ ଆମେ ଯାଞ୍ଚ ଆରମ୍ଭ କରିବୁ। ଏମିତି ଘଟଣା କେବେ ବି କୋର୍ଟରେ ଘଟିନାହିଁ। କାରଣ ଲୋକ କୋର୍ଟକୁ ନ୍ୟାୟ ପୋଇଁ ଆସିଥାଆନ୍ତି। ଥତାପି ଯାଞ୍ଚ କରିବୁ।
[ad_2]