ନିର୍ବାଚନ ରାଜନୀତିକୁ ଫେରିବେ କି ପାଟ୍ଟସାଣୀ? – Kalinga News
[ad_1]
ଖୋର୍ଦ୍ଧା: ମେଣ୍ଟ ହେଲେ ଚିଲିକା କେଉଁ ଦଳ ଭାଗରେ ପଡ଼ିବ? ଏହି ପ୍ରଶ୍ନଟି ଅସମାହିତ ରହିଛି। ହେଲେ ନବୀନ ନିବାସରେ ପୁରୀ ଜିଲ୍ଲା ଲୋକସଭା ନିର୍ବାଚନ କସରତ ଆରମ୍ଭ ହେବା ପରେ ଯେଉଁ ଆଲୋଚନା ଆରମ୍ଭ ହୋଇଛି, ତାହା ହେଲା-ପୁଣି ନିର୍ବାଚନ ମଇଦାନକୁ ଫେରିପାରନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟସାଣୀ। ପ୍ରସନ୍ନଙ୍କ ଘର ଚିଲିକା ନିର୍ବାଚନମଣ୍ଡଳୀରେ ହୋଇଥିବା ପରିପ୍ରେକ୍ଷୀରେ ଦଳ ତାଙ୍କୁ ସେଠାରୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି। ପୂର୍ବରୁ ଖୋର୍ଦ୍ଧାରୁ ଚାରି ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଶ୍ରୀ ପାଟ୍ଟଶାଣୀ। ଗତଥର ଶେଷ ମୁହୂର୍ତରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଚିଲିକାରେ ପ୍ରାର୍ଥୀ କରାଯାଇଥିଲା ଓ ସେ ଜିତିଥିଲେ। ହେଲେ ଇତିମଧ୍ୟରେ ଶ୍ରୀ ଜଗଦ୍ଦେବ ବିଜେପିରେ ଯୋଗ ଦେଇଛନ୍ତି। ଏଣୁ ଏହି ଆସନରୁ କିଏ ପ୍ରାର୍ଥୀ ହେବ, ସ୍ବାଭାବିକ ଭାବେ କଲ୍ପନାଜଳ୍ପନା ଜାରି ରହିଛି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଘର ଚିଲିକା। ଏଣୁ ଗୋଟିଏ ସମୟରେ ସମସ୍ତେ ଆଶା କରୁଥିଲେ ଶ୍ରୀ ମଙ୍ଗରାଜ ଏଠାରୁ ପ୍ରାର୍ଥୀ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ କିନ୍ତୁ ପ୍ରସନ୍ନଙ୍କ ନବୀନ ନିବାସରେ ଉପସ୍ଥିତି ଏ ଆଲୋଚନାକୁ ନୂଆମୋଡ଼ ଦେଇଛି। ଯଦିଓ ପ୍ରସନ୍ନ ଚିଲିକାରୁ ବିଧାୟକ ଭାବେ କେବେ ପ୍ରତିଦ୍ବନ୍ଦ୍ବିତା କରିନାହାନ୍ତି, ତଥାପି ବିଜେଡି ତାଙ୍କୁ ଏଥର ସୁଯୋଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଏମିତି ହେଲେ ଲୋକସଭାରେ ବିଜେଡି ଖାତାରେ ବେଶ୍ କିଛି ଭୋଟ ଅଧିକ ପଡ଼ିପାରେ ବୋଲି ଆକଳନ କରାଯାଉଛି। ଚିଲିକା ରାଜନୀତିରେ ବିଜେଡି ଓ ବିଜେପି ପ୍ରତିଦ୍ବନ୍ଦ୍ବିତା ସବୁବେଳେ ଜୋର୍। ବିଜେପିର ହରିଚନ୍ଦନ ପରିବାରର ଦବ୍ଦବା ରହିଛି। ଡ.ବିଭୂତି ଭୂଷଣ ହରିଚନ୍ଦନ ଏଠାରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି। ଦଳର ବରିଷ୍ଠ ନେତା ପୃଥ୍ବୀରାଜ ହରିଚନ୍ଦନ ଏଠାରୁ ଲଢ଼ିବେ। ଏପରି ପରିସ୍ଥିତିରେ ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ହେଲେ ବିଜେପି ଏହି ଆସନ ଦାବି କରିପାରେ। ସେପଟେ ବିଜେଡି ଲଗାତାର ଦୁଇଥର ଏହି ଆସନରେ ଜିତିଥିବା କାରଣରୁ ଏହି ଆସନ ଯେ ବିଜେପିକୁ ଛାଡ଼ିବ, ତାହାକୁ ରାଜନୈତିକ ମହଲ ଗ୍ରହଣ କରିପାରୁନାହାନ୍ତି। ଏସବୁକୁ ନେଇ ଚିଲିକା ରାଜନୀତି ଗୋଳମାଳିଆ ଧରିଛି।
[ad_2]