ତଳସରା ନିର୍ବାଚନମଣ୍ଡଳୀ: କଂଗ୍ରେସକୁ ଫେରିବେ ପ୍ରଫୁଲ୍ଲ ମାଝୀ! – Kalinga News

[ad_1]
ଅନେକଙ୍କ ନିଦ ହଜାଇଛି ମେଣ୍ଟ ଚର୍ଚ୍ଚା
ସୁନ୍ଦରଗଡ଼: ବିଜେଡି-ବିଜେପି ସମ୍ଭାବ୍ୟ ମେଣ୍ଟ ଅନେକ ନେତାଙ୍କ ନିଦ ହଜାଇ ଦେଇଛି। ଯଦି ମେଣ୍ଟ ହୁଏ କେଉଁ ଦଳ ଭାଗରେ କେଉଁ ଆସନ ପଡ଼ିବ, କିଏ ବଳି ପଡ଼ିବେ, କିଏ ବାଜିମାରିବେ, ତାକୁ ନେଇ ନାନା ଚର୍ଚ୍ଚା ଜୋର୍ଧରିଛି। ଏଭଳି ସ୍ଥିତିରେ ତଳସରାର ପୂର୍ବତନ ବିଧାୟକ ଟାଣୁଆ ଆଦିବାସୀ ନେତା ଡା. ପ୍ରଫୁଲ୍ଲ ମାଝୀ ପୁଣି କଂଗ୍ରେସକୁ ଫେରିପାରନ୍ତି ବୋଲି ଚର୍ଚ୍ଚାହେଉଛି। ୨ବର୍ଷ ତଳେ ସେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦେଇଥିଲେ। ଭୂତପୂର୍ବ ଲୋକପ୍ରିୟ କଂଗ୍ରେସ ବିଧାୟକ ତଥା ମନ୍ତ୍ରୀ ଗଜାଧର ମାଝୀଙ୍କ ଝିଆରୀ ଜ୍ବାଇଁ ପ୍ରଫୁଲ୍ଲ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ଭାବେ କଂଗ୍ରେସର ଅଭେଦ୍ୟ ଗଡ଼ କୁହାଯାଉଥିବା ଏହି ନିର୍ବାଚନମଣ୍ଡଳୀରୁ ୨୦୦୬ ଉପନିର୍ବାଚନ ସମେତ ଲଗାତାର ୩ ଥର ନିର୍ବାଚିତ ହୋଇଥିଲେ। କିନ୍ତୁ, ୨୦୧୯ରେ କଂଗ୍ରେସର ଏହି ଗଡ଼ ଭୁଶୁଡ଼ି ପଡ଼ିଥିଲା। ତାଙ୍କୁ ବିଜେପିର ଭବାନୀଶଙ୍କର ଭୋଇ ପରାଜୟର ଦ୍ବାର ଦେଖାଇଥିଲେ। ଏପରିକି ସେ ତୃତୀୟ ସ୍ଥାନକୁ ଖସି ଆସିଥିଲେ। ଏହାପରେ ସେ ବିଜେଡିରେ ନିଜ ଭାଗ୍ୟ ପରୀକ୍ଷା କରିବାକୁ ଚାଲିଯାଇଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଏଥର ମେଣ୍ଟହେଲେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀ ବିଜେପି କି ବିଜେଡି ଭାଗରେ ପଡ଼ିବ ତାହା ସ୍ପଷ୍ଟ ହୋଇନାହିଁ। ଯଦି ବିଜେଡି ଭାଗରେ ପଡ଼େ, ଦଳର ପ୍ରମୁଖ ଦାବିଦାର ଭାବେ ଜିଲ୍ଲା ସଭାପତି ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ବିନୟ ଟପ୍ପୋଙ୍କ ନାମ ଆଗରେ ରହିବ। ଶ୍ରୀ ଟପ୍ପୋ ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇଙ୍କ ଗୁଡ୍ବୁକ୍ରେ ଥିବାରୁ ୨୦୨୪ ନିର୍ବାଚନରେ ସେ ଟିକେଟ୍ ପାଇବା ନିଶ୍ଚିତ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ତେଣୁ ଟିକେଟ ଦୌଡ଼ରେ ଥିବା ଅନ୍ୟତମ ଦାବିଦାର ଡା. ମାଝୀ ପଛରେ ପଡ଼ିଯିବାର ଆଶଙ୍କା ରହିଛି। ଆଉ ବିଜେପି ଭାଗରେ ପଡ଼ିଲେ, ବିଜେଡିକୁ ମେଣ୍ଟ ରଣନୀତି ଅନୁସାରେ କାମ କରିବାକୁ ପଡ଼ିବ। ଏ ସ୍ଥିତିରେ ଡା. ମାଝୀ ପୁଣି କଂଗ୍ରେସକୁ ଫେରିବା ପାଇଁ ଉଦ୍ୟମ ଚଳାଇଥିବା ଚର୍ଚ୍ଚାହେଉଛି।
[ad_2]