କଂଗ୍ରେସ ଛାଡ଼ିବେ କି କମଲନାଥ! ପୁଅ ସହ ଦିଲ୍ଲୀ ଗସ୍ତ ପରେ ବଢ଼ିଲା ଚର୍ଚ୍ଚା – Kalinga News

[ad_1]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜନୀତି ପୁଣି ଥରେ ଉଷ୍ମ ହୋଇଛି। ଭେଟେରାନ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ କଂଗ୍ରେସ ଛାଡିବା ନେଇ ଆଲୋଚନା ତୀବ୍ର ହୋଇଛି। ସେ ତାଙ୍କ ପୁଅ ତଥା ସାଂସଦ ନକୁଲନାଥଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି। ବଡ କଥା ଯେ ମଧ୍ୟପ୍ରଦେଶର ଛିଣ୍ଡୱାଡା ଆସନରୁ ଲୋକସଭା ସାଂସଦ ଥିବା ନକୁଲନାଥ ସୋସିଆଲ ମିଡିଆ ପ୍ରୋଫାଇଲରୁ ଦଳର ନାମ ଏବଂ ଲୋଗୋ ମଧ୍ୟ ହଟାଇଦେଇଛନ୍ତି । କମଲନାଥଙ୍କ ନିକଟତମ ସୂତ୍ରରୁ ଜଣାପଡିଛି ଯେ ପିତା-ପୁଅ ଯୋଡି ଫେବୃଆରୀ ୧୯ ରେ ବିଜେପିରେ ଯୋଗ ଦେଇପାରନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
କମଲନାଥ ତାଙ୍କ ଛିଣ୍ଡୱାଡା ଗସ୍ତକୁ ବାତିଲ କରି ପୁଅ ସହ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ବଢିଯାଇଛି | ବାସ୍ତବରେ ଉଭୟ ଦିଲ୍ଲୀରେ ପହଞ୍ଚିଥିବାବେଳେ ନକୁଲନାଥଙ୍କ ସୋସିଆଲ ମିଡିଆ ପ୍ରୋଫାଇଲରୁ କଂଗ୍ରେସର ନାମ ଏବଂ ଲୋଗୋ ହଟିଯାଇଥିବାରୁ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି। ସେ ତିନୋଟି ସୋସିଆଲ ମିଡିଆ ପ୍ଲାଟଫର୍ମ, ଏକ୍ସ (ଟ୍ୱିଟର), ଇନଷ୍ଟାଗ୍ରାମ ଏବଂ ଫେସବୁକରୁ ଲୋଗୋ ଏବଂ ନାମ ହଟାଇ ଦେଇଛନ୍ତି। ଉଲ୍ଲେଖ ଥାଉ କି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ପରାସ୍ତ ହେବା ପରେ କମଲନାଥ ବିଜେପିରେ ଯୋଗଦେବା ନେଇ ଆଲୋଚନା ହୋଇଥିଲା। ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପରେ କଂଗ୍ରେସ କମଲନାଥଙ୍କୁ ପିସିସି ମୁଖ୍ୟ ପଦରୁ ହଟାଇ ଦେଇଥିଲା । ସେହିପରି ରାଜ୍ୟସଭା ନିର୍ବାଚନରେ ରାଜ୍ୟସଭାକୁ ଯିବାକୁ କମଲନାଥ ଚାହୁଁଥିଲେ ବି ତାଙ୍କୁ ଟିକେଟ ଦିଆଯାଇନଥିଲା | ଯାହାକୁ ନେଇ ସେ ଖପ୍ପା ଥିବାର କୁହାଯାଉଛି |
[ad_2]