ରାଜନୀତି

ଗୁରୁବାର କିମ୍ବା ଶୁକ୍ରବାର ହୋଇପାରେ ନିର୍ବାଚନ ତାରିଖ ଘୋଷଣା – Kalinga News

[ad_1]

ନୂଆଦିଲ୍ଲୀ: ନିର୍ବାଚନ କମିଶନ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର ଗସ୍ତରେ ଯିବେ। କେନ୍ଦ୍ରଶାସିତ ଅଞ୍ଚଳରେ କେବେ ନିର୍ବାଚନ ହୋଇପାରିବ ତାହାର ଆକଳନ କରିବା ପାଇଁ ଏହି ଗସ୍ତ କରାଯାଉଛି। ଏନଡିଟିଭିରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଏହି ଗସ୍ତ ପରେ ଖୁବ୍ ଶୀଘ୍ର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ଗୁରୁବାର କିମ୍ବା ଶୁକ୍ରବାର ନିର୍ବାଚନ ଘୋଷଣା ହେବାର ସମ୍ଭାବନା ରହିଛି।

ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶକ୍ରମେ ନିର୍ବାଚନ କମିଶନ ଜମ୍ମୁ-କଶ୍ମୀର ଗସ୍ତ କରିବାକୁ ଯାଉଛନ୍ତି। ଲୋକସଭା ନିର୍ବାଚନ ସହିତ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହୋଇପାରିବ କି ନାହିଁ ତାହା ଆକଳନ କରିବାକୁ କେନ୍ଦ୍ର କମିଟିକୁ କହିଥିଲା।

ଆକଳନ ସରିବା ପରେ ଏବଂ ବୁଧବାର ଗସ୍ତ ଶେଷ ହେବା ପରେ ଆୟୋଗ ଗୁରୁବାର କିମ୍ବା ଶୁକ୍ରବାର ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି ବୋଲି ଏହି ରିପୋର୍ଟରୁ ଜଣାପଡ଼ିଛି।

ଲୋକସଭା ନିର୍ବାଚନ ଘୋଷଣା ହେବା ମାତ୍ରେ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ସେଥିପାଇଁ ଘୋଷଣା ପୂର୍ବରୁ ଦଳଗୁଡ଼ିକ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତିଶ୍ରୁତି ଦେବା ସହ ପ୍ରକଳ୍ପର ଉଦଘାଟନ କରୁଛନ୍ତି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button