ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସିଲ୍ ହେବ ସୀମା: ନିଶା, ଟଙ୍କା ଓ ମାରଣାସ୍ତ୍ର ଚାଲାଣ ଉପରେ ନଜର – Kalinga News

[ad_1]
କଟକ: ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଓଡ଼ିଶା ଓ ଛତିଶଗଡ଼ ପୁଲିସ ମଧ୍ୟରେ ଉଚ୍ଚସ୍ତରୀୟ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଛି। ଭର୍ଚୁଆଲ୍ ମାଧ୍ୟମରେ ଦୁଇ ରାଜ୍ୟର ପୁଲିସ ମୁଖ୍ୟଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ଅରୁଣ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିବା ବେଳେ ଛତିଶଗଡ଼ ପୁଲିସ ଡିଜିଙ୍କ ନେତୃତ୍ବରେ ସେ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀ ଆଲୋଚନାରେ ଭାଗ ନେଇଥିଲେ। ଏହି ସମନ୍ବୟ ବୈଠକରେ ଅବାଧ ତଥା ଶାନ୍ତିପୂର୍ଣ୍ଣ ନିର୍ବାଚନ ପରିଚାଳନାକୁ ନେଇ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। ଉଭୟ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକରେ ଶାନ୍ତିପୂର୍ଣ୍ଣ, ଅବାଧ, ଅପରାଧମୁକ୍ତ ତଥା ନିରପେକ୍ଷ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀମାନେ ମତ ରଖିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଓଡିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ବରଗଡ, ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲାର ସୀମା ଛତିଶଗଡ ସହିତ ଲାଗି ରହିଛି। ତେଣୁ ଉପରୋକ୍ତ ସୀମାନ୍ତ ଜିଲ୍ଲା ଗୁଡିକରେ ସୀମା ତନଖି ଫାଟକରେ କଡାକଡି ଯାଞ୍ଚ୍, ସମ୍ବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ୍, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ନିଶା ଓ ଟଙ୍କା କାରବାର ଉପରେ ଅଙ୍କୁଶ ଲଗାଯିବା ଉପରେ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଥିଲା। ଧାର୍ଯ୍ୟ ହୋଇଥିବା ନିର୍ବାଚନ ତାରିଖର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇ କଡାକଡି ଯାଞ୍ଚ୍ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲା ଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ଆଲୋଚନା କରାଯାଇଥିଲା। ବୈଠକରେ ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଉଭୟ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ୱତନ୍ତ୍ର ଯୋଜନା, ସମ୍ବେଦନଶୀଳ ସ୍ଥାନ ଓ ପୋଲିଂ ବୁଥ୍ ଚିହ୍ନଟ, ୱାରେଣ୍ଟ୍ ଥିବା ଅପରାଧୀ ଓ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ଉପସ୍ଥିତ ଅଧିକାରୀମାନେ ମତ ରଖିଥିଲେ। ବୈଠକରେ ପୁଲିସ ଡିଜି ଶ୍ରୀ ଷଡଙ୍ଗୀଙ୍କ ସମେତ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ଆର.କେ. ଶର୍ମା, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଏସ୍. ଦେବଦତ୍ତ ସିଂ, ଆଇଜି (ପ୍ରୋଭିଜନିଙ୍ଗ) ଯତୀନ୍ଦ୍ର କୋୟଲ, ଆଇଜି (କାର୍ମିକ) ଏସ, ପ୍ରବୀଣ କୁମାର, ଆଇଜି (ଗୁଇନ୍ଦା) ଅନୁପ ସାହୁ, ଡି.ଆଇ.ଜି.ପି (ଏସ୍ଆଇଡବ୍ଲୁ) ଡକ୍ଟର ଉମାଶଙ୍କର ଦାଶ, ଏଆଇଜି (ମୁଖ୍ୟାଳୟ) ବିବେକାନନ୍ଦ ଶର୍ମାଙ୍କ ସମେତ ବିଭିନ୍ନ ରେଞ୍ଜ୍ର ଆଇଜି, ଡିଆଇଜି ଓ ସୀମାବର୍ତ୍ତି ଜିଲ୍ଲା ଗୁଡିକର ଏସପିମାନେ ଉପସ୍ଥିତ ଥିଲେ। ବୈଠକରେ ଛତିଶଗଡ ଡିଜିପି ଅଶୋକ ୟୁନେଜା, ଏଡିଜି (ଅପରେସନ)ଙ୍କ ସମେତ ସେ ରାଜ୍ୟର ସୀମାନ୍ତ ଜିଲ୍ଲା ଗୁଡିକର ଏସପିମାନେ ଉପସ୍ଥିତ ଥିଲେ।
[ad_2]