ଓଡ଼ିଶା ସମେତ ୭ ରାଜ୍ୟରେ ବିଜେପି ଭୋଟ୍ ହାର ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବ: ପ୍ରଶାନ୍ତ କିଶୋର – Kalinga News

[ad_1]
ଭୁବନେଶ୍ବର: ଆସନ୍ତା ସାଧାରଣ ନିର୍ବାଚନରେ ପୂର୍ବ ଓ ଦକ୍ଷିଣ ଭାରତରେ ବିଜେପିର ପ୍ରଦର୍ଶନ ଭଲ ରହିବ। ଓଡ଼ିଶା ସମେତ ବିହାର, ପଶ୍ଚିମବଙ୍ଗ, ଆନ୍ଧ୍ର, ତେଲେଙ୍ଗାନା, ତାମିଲନାଡ଼ୁ ଓ କେରଳରେ ୨୦୧୯ ଅପେକ୍ଷା ବିଜେପିର ସିଟ୍ ବଢ଼ିବ। ବିଜେପି କେତେ ସିଟ୍ ହାତେଇବ ତାହା କହି ହେବନାହିଁ। ହେଲେ ଏସବୁ ରାଜ୍ୟରେ ବିଜେପିର ଭୋଟ୍ ହାର ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବ ବୋଲି ଏକ ଜାତୀୟ ଗଣମାଧ୍ୟମ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ମତ ରଖିଛନ୍ତି ରାଜନୈତିକ ବିଶେଷଜ୍ଞ ପ୍ରଶାନ୍ତ କିଶୋର।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଶାନ୍ତଙ୍କ କହିବା କଥା ପୂର୍ବ ଓ ଦକ୍ଷିଣ ଭାରତରେ ସମୁଦାୟ ୨୧୦ ଲୋକସଭା ସିଟ୍ ରହିଛି। ଗତ ନିର୍ବାଚନରେ ପଶ୍ଚିମବଙ୍ଗ, ଓଡ଼ିଶାରେ ବିଜେପିର ଭଲ ପ୍ରଦର୍ଶନ ଓ ବିହାରରେ ଶତ ପ୍ରତିଶତ ଷ୍ଟ୍ରାଇକ ରେଟ୍ ସତ୍ତ୍ବେ ବିଜେପି ୫୦ରୁ କମ୍ ସିଟ୍ ଜିତିବାରେ ସକ୍ଷମ ହୋଇଥିଲା। ହେଲେ ଏବେ ପୂର୍ବ ଓ ଦକ୍ଷିଣ ଭାରତରେ ବିଜେପିର ଭୋଟ୍ ହାର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଏସବୁ ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ରାଜନୈତିକ ଦଳ ଭାବେ ଉଭା ହେଉଛି। ଆସନ୍ତା ୫-୧୦ବର୍ଷ ଭିତରେ ଏସବୁ ରାଜ୍ୟରେ ବିଜେପି ନିଶ୍ଚିତଭାବେ ସଫଳ ହେବ।
ହେଲେ ଓଡ଼ିଶା, କେରଳ, ଆନ୍ଧ୍ର, ତାମିଲନାଡ଼ୁ ଭଳି ରାଜ୍ୟରେ ଭାଷା ଏକ ପ୍ରମୁଖ ପ୍ରତିବନ୍ଧକ ରହିଛି। ବିହାର ଭଳି ଏସବୁ ରାଜ୍ୟରେ ଜାତି ଓ ଅନ୍ୟ ପରିଚୟର ସେତେଟା ଗୁରୁତ୍ବ ନାହିଁ। ତେଣୁ ଏହି ରାଜ୍ୟଗୁଡ଼ିକରେ ଶକ୍ତିଶାଳୀ ଦଳ ଭାବେ ଉଭା ହେବାକୁ ହେଲେ ବିଜେପି ହେଉ ବା ହିନ୍ଦୀ ଭାଷାର ଅନ୍ୟ କୌଣସି ଦଳକୁ ଭାଷାର ପ୍ରତିବନ୍ଧକୁ ଅତିକ୍ରମ କରିବାକୁ ହେବ।
[ad_2]




