ସୁପର୍ଷ୍ଟାର୍ଙ୍କୁ ଟକ୍କର ଦେବାକୁ ଯୋଜନା: ନବୀନ ନିବାସରେ ସିନେ ତାରକା – Kalinga News

[ad_1]
ଭୁବନେଶ୍ବର: ଓଲିଉଡ୍ର ଚାରି ବଡ଼ ଚେହେରା ବିଜେପିରେ ଯୋଗ ଦେଇ ବିଜେଡି ବିରୋଧରେ ବିଷ ଉଗାରୁଛନ୍ତି। ସେମାନଙ୍କୁ କାଉଣ୍ଟର୍ କରିବାକୁ ବିଜେଡି ବଡ଼ ଯୋଜନା ପ୍ରସ୍ତୁତ କରିଛି। ଓଲିଉଡ୍ର ଆଉ କିଛି ଜଣାଶୁଣା କଳାକାରଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ ଦଳ। ନବୀନ ନିବାସରେ ଆଜି ହଠାତ ବହୁ ଓଲିଉଡ୍ କଳାକାରଙ୍କ ଆବିର୍ଭାବ ଏହି ସଙ୍କେତ ଦେଇଛି। ରାଜ୍ୟ ରାଜନୀତି ଓ ଓଲିଉଡ୍କୁ ଏହା ଚର୍ଚ୍ଚାର ଖୋରାକ ଯୋଗାଇଛି। ବାବୁସାନ୍, ପପୁ ପମ୍ପମ୍, ଦେବାଶିଷ, ଅମ୍ଳାନ୍, ସମ୍ବିତ, ଲିପ୍ସା, ଭୂମିକା, ପ୍ରେରଣାଙ୍କ ସମେତ ଆଉ କିଛି କଳାକାର ନବୀନ ନିବାସ ଯାଇଥିଲେ। ସେମାନେ ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ଙ୍କୁ ସାକ୍ଷାତ କରିଥିଲେ। ନବୀନ ନିବାସରୁ ବାହାରିଲା ପରେ ଗଣମାଧ୍ୟମ ଆଗରେ କିଛି କଳାକାର ପ୍ରତିକ୍ରିୟା ରଖିଥିଲେ। ସେମାନଙ୍କ କହିବା କଥା ଥିଲା ଯେ ଓଡ଼ିଆ ଚଳଚ୍ଚିତ୍ରର ବିକାଶ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ସେ ସମ୍ପର୍କରେ ଆଲୋଚନା କରାଯିବା ସହ ଓଲିଉଡ୍ ପାଇଁ ଆଉ କ’ଣ କ’ଣ ଆବଶ୍ୟକତା ରହିଛି, ସେନେଇ କଳାକାରମାନେ ଅବଗତ କରାଇଥିଲେ। ଏହା ବାଦ୍ ୨୦୨୪ରୁ ୨୦୩୪ ବର୍ଷ ଭିତରେ ଓଡ଼ିଶାରେ କ’ଣ ବିକାଶ ହୋଇପାରିବ, ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ନିର୍ବାଚନ ଓ ରାଜନୀତି ଉପରେ କୌଣସି ଆଲୋଚନା ହୋଇଥିଲା କି ନାହିଁ, ସେସମ୍ପର୍କରେ କେହି ମୁହଁ ଖୋଲି ନଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଓଲିଉଡ୍ର ସବୁ ସୁପର୍ଷ୍ଟାର୍ ଏକଦା ବିଜେଡିରେ ଥିଲେ। ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି, ଆକାଶ ଦାସନାୟକ, ଅରିନ୍ଦମ ସମସ୍ତେ ବିଜେଡିରେ ଥିଲେ। ବିଭିନ୍ନ ସମୟରେ ଏହିମାନେ ବିଜେଡିର ତାରକା ପ୍ରଚାରକ ସାଜିଥିଲେ। ଏ ବର୍ଷ ସ୍ଥିତି ବଦଳିଯାଇଛି। ଏହି ଆଗଧାଡ଼ିର ତାରକାମାନେ ଏବେ ବିଜେପିରେ। ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତ ଓ ଆକାଶ ବିଜେପି ଟିକେଟରେ ବିଧାନସଭା ନିର୍ବାଚନକୁ ବି ଓହ୍ଲାଇ ସାରିଲେଣି। ତେଣୁ ସେମାନଙ୍କୁ ପ୍ରଚାର ମଇଦାନରେ କାଉଣ୍ଟର୍ କରିବାକୁ ଅନ୍ୟ କଳାକାରମାନଙ୍କୁ ବିଜେଡି ଅସ୍ତ୍ର କରିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। ଆଜି ଯାଇଥିବା କଳାକାରମାନଙ୍କ ମଧ୍ୟରୁ କେତେଜଣ ପୂର୍ବରୁ ରାଜନୀତି ସହ ଜଡ଼ିତ ହୋଇସାରିଛନ୍ତି। ପପୁ ପମ୍ପମ୍ ବିଜେଡି ଟିକେଟରେ ଥରେ ଲଢ଼ି ପରାଜୟ ବରଣ କରିଥିଲେ। ଅବଶ୍ୟ ତାହା ପରେ ସେ ରାଜନୀତିରେ ସକ୍ରିୟ ନଥିଲେ। ବାବୁସାନ୍ଙ୍କ ମା’ ତଥା ବିଶିଷ୍ଟ ଅଭିନେତ୍ରୀ ଅପରାଜିତା ମହାନ୍ତି ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ। ବାବୁସାନ୍ ତାଙ୍କ ପ୍ରଚାରର ମଙ୍ଗ ଧରିଥିଲେ। ଏପରିକି କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପାଇଁ ମଧ୍ୟ ସେ ପ୍ରଚାରକୁ ଯାଇଥିଲେ।
[ad_2]