ଅପରାଧ

୨ ଅନ୍ତଃରାଜ୍ୟ ନିଶା ବେପାରୀ ଗିରଫ: ରାଉରକେଲାରୁ ଧରିଲା ଏସ୍‌ଟିଏଫ୍‌ – Kalinga News

[ad_1]

୧୦.୫ କେଜି ଅଫିମ୍‌ ଜବତ, ରାଜସ୍ଥାନରୁ ଆସୁଥିଲା ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ

ରାଉରକେଲା: ରାଉରକେଲା ପାନପୋଷ ଛକ ନିକଟରୁ ଦୁଇ ଅନ୍ତଃରାଜ୍ୟ ନିଶାବେପାରୀଙ୍କୁ ଭୁବନେଶ୍ବର ଏସ୍‌ଟିଏଫ୍‌ ଟିମ୍‌ ଗିରଫ କରିଛି। ସେମାନେ ହେଲେ, ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲା ଅନ୍ତର୍ଗତ ସିଗିଡ଼ର ବିଟୁ ସିଂହ ମୁଣ୍ଡା (୪୬) ଏବଂ ରୋହିତ ମୁଣ୍ଡା (୪୯)। ସେମାନଙ୍କ ନିକଟରୁ ଏସ୍‌ଟିଏଫ୍‌ ଟିମ୍‌ ୧୦ କେଜି ୫୦୮ ଗ୍ରାମ୍‌ ଅଫିମ୍‌ ଜବତ କରିଛି।

ଗିରଫ ଦୁଇ ନିଶା ବେପାରୀ ରାଜସ୍ଥାନରୁ ଚୋରାରେ ଅଫିମ୍‌ କିଣି ସୁନ୍ଦରଗଡ଼, ରାଉରକେଲା ଓ ଝାଡ଼ଖଣ୍ଡରେ ବିକ୍ରି ପାଇଁ ଆସୁଥିବା ଗୁଇନ୍ଦା ସୂଚନା ମିଳିଥିଲା। ଗୁରୁବାର ସକାଳେ ସୂଚନା ଆଧାରରେ ଭୁବନେଶ୍ବର ଏସ୍‌ଟିଏଫ୍‌ ଟିମ୍‌ ସ୍ଥାନୀୟ ପୁଲିସ ସହାୟତାରେ ରାଉରକେଲା ପାନପୋଷ ଛକ ନିକଟରେ ଚଢ଼ଉ କରି ଦୁଇ ନିଶାବେପାରୀଙ୍କୁ କାବୁ କରିଥିଲା। ଯାଞ୍ଚବେଳେ ସେମାନଙ୍କ ବ୍ୟାଗ୍‌ରୁ ୧୧ଟି ପ୍ୟାକେଟ୍‌ ଅଫିମ୍‌ ମିଳିଥିଲା। ଏସ୍‌ଟିଏଫ୍‌ ୧୧ପ୍ୟାକେଟ୍‌ ଅଫିମ୍‌ର ବିଲ୍‌ ଓ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ ଦୁଇ ବେପାରୀଙ୍କୁ କହିଥିଲା। ହେଲେ ଦୁହେଁ ଅଫିମ୍‌ର ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରିନଥିଲେ। ଘଟଣାସ୍ଥଳରୁ ଏସ୍‌ଟିଏଫ୍‌ ଦୁଇ ବେପାରୀଙ୍କୁ ଗିରଫ କରିବା ସହ ସମସ୍ତ ଅଫିମ୍‌ ଜବତ କରିଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ଏସ୍‌ଟିଏଫ୍‌ ମଧ୍ୟପ୍ରଦେଶ ପୁଲିସ ଓ ଗ୍ବାଲିୟର୍‌ର ସେଣ୍ଟ୍ରାଲ ବ୍ୟୁରୋ ଅଫ୍‌ ନାର୍କୋଟିକ୍‌ ସହ ଯୋଗାଯୋଗ କରିଛି।

ଅନ୍ୟପକ୍ଷରେ, ଗିରଫପରେ ଉଭୟଙ୍କୁ ରାଉରକେଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ରାଉରକେଲା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ଦୁହେଁ କେତେଦିନ ଧରି ନିଶାକାରବାର କରୁଥିଲେ ଏବଂ ଗ୍ୟାଙ୍ଗ୍‌ରେ ଆଉ କେଉଁମାନେ ଅଛନ୍ତି, ଏସ୍‌ଟିଏଫ୍‌ ତା’ର ଖୋଳତାଡ଼ କରୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button