ଏଥର ଆଇପିଏଲରେ ଶୁଣିବାକୁ ମିଳିବ ସିଦ୍ଧୁଙ୍କ କମେଣ୍ଟ୍ରି – Kalinga News

[ad_1]
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ୧୭ତମ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି। ଆଇପିଏଲର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ସ୍ପୋର୍ଟସ ଚଳିତ ସିଜନ ପାଇଁ ହିନ୍ଦୀ ଓ ଇଂରାଜୀର ଟିଭି ଭାଷ୍ୟକାର ମଣ୍ଡଳୀ ବା କମେଣ୍ଟ୍ରି ପ୍ୟାନେଲ ଘୋଷଣା କରିଛି । ଏହି ତାଲିକାରେ ପୂର୍ବତନ ଭାରତୀୟ ଖେଳାଳି ନବଜୋତ ସିଂହ ସିଦ୍ଧୁଙ୍କ ନାମ ମଧ୍ୟ ରହିଛି। ଏକ ଦଶନ୍ଧି ପରେ ସେ କମେଣ୍ଟ୍ରି ବକ୍ସକୁ ଫେରିବାକୁ ଯାଉଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ ବ୍ୟତୀତ ହିନ୍ଦୀ କମେଣ୍ଟ୍ରି ପ୍ୟାନେଲରେ ହରଭଜନ ସିଂହ, ଇରଫାନ ପଠାନ, ସୁନୀଲ ଗାଭାସ୍କର, ସଞ୍ଜୟ ମଞ୍ଜରେକର, ୱାସିମ ଜାଫର, ଗୁରକିରତ ମାନ, ରବି ଶାସ୍ତ୍ରୀ, ଇମ୍ରାନ ତାହିର, ଅମ୍ବାତି ରାୟୁଡୁ, ବରୁଣ ଆରୋନ, ମିତାଲି ରାଜ, ମହମ୍ମଦ କୈଫ, ଉନ୍ମୁକ୍ତ ଚାନ୍ଦ, ଯତୀନ ସପ୍ରୁ, ଦୀପ ଦାସଗୁପ୍ତା, ରଜତ ଭାଟିଆ, ବିବେକ ରାଜଦାନ ଓ ରମଣ ପଦମଜିତ ରହିଛନ୍ତି। ହିନ୍ଦୀ ବ୍ୟତୀତ ଗାଭାସ୍କର, ଶାସ୍ତ୍ରୀ ଓ ଦୀପ ଦାସଗୁପ୍ତା ମଧ୍ୟ ଇଂରାଜୀରେ କମେଣ୍ଟ୍ରି କରିବେ।
ନବଜୋତ ସିଂହ ସିଦ୍ଧୁ ପୂର୍ବରୁ ୧୯୯୯ରୁ ୨୦୧୪ ପର୍ଯ୍ୟନ୍ତ କମେଣ୍ଟ୍ରି କରୁଥିଲେ। ସେ କହିଛନ୍ତି, କ୍ରିକେଟ୍ ଛାଡ଼ିବା ପରେ ମୁଁ କମେଣ୍ଟ୍ରି ନେଇଥିଲି ଏବଂ ମୁଁ ଜାଣିନଥିଲି ଯେ ଏହା ମୁଁ କରିପାରିବି। ପ୍ରାରମ୍ଭରେ ମୁଁ ବିଶେଷ ବିଶ୍ୱାସ କରିନଥିଲି, କିନ୍ତୁ ୧୯୯୯ ବିଶ୍ୱକପ୍ ଆରମ୍ଭ ହେବାର ୧୦-୧୫ ଦିନ ପରେ ସିଦ୍ଧୁନାମା ଆରମ୍ଭ ହୋଇଥିଲା। ମୁଁ ଏମିତି ଏକ ରାସ୍ତାରେ ଚାଲିଲି, ଯାହାକୁ କେହି ଚାଲି ନଥିଲେ। ଏହା ଥିଲା ସିଦ୍ଧୁନାମା । ପୂର୍ବରୁ ପୂରା ଟୁର୍ଣ୍ଣାମେଣ୍ଟ ପାଇଁ ୬୦ରୁ ୭୦ ଲକ୍ଷ ଟଙ୍କା ଆଦାୟ କରିବା ପରେ ମୁଁ ଆଇପିଏଲରେ ଦୈନିକ ୨୫ ଲକ୍ଷ ଟଙ୍କା ପାଇଲି। ସନ୍ତୋଷ ଅର୍ଥ ପାଇଁ ନଥିଲା, ବରଂ ସମୟ ବିତିବା ପାଇଁ ସନ୍ତୋଷ ଥିଲା ।
[ad_2]