ପୁଣି ଗର୍ଜିଲେ ଅମିତ ଶାହ: ରତ୍ନଭଣ୍ଡାର ଚାବି ଉପରେ ନବୀନ ବାବୁଙ୍କୁ ଜବାବ ଦେବାକୁ ପଡ଼ିବ – Kalinga News

[ad_1]
ଭଦ୍ରକ/ଚାନ୍ଦବାଲି/ଧାମରା/ନିମାପଡ଼ା/ବାମନାଳ/ଯାଜପୁର/ପାଣିକୋଇଲି: କେନ୍ଦ୍ର ଗୃହମନ୍ତ୍ରୀ ଆଜି ଭଦ୍ରକ, ଯାଜପୁର ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଶେଷ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ଉପରେ ସେ ଭୀଷଣ ବର୍ଷିଛନ୍ତି। ସିଧା ସିଧା କହିଛନ୍ତି, ଜୁନ୍ ୪ ତାରିଖ ଦିନ ନବୀନ ବାବୁ ପୂର୍ବତନ ମୁଖ୍ୟମନ୍ତ୍ରୀ ହୋଇଯିବେ। ୨୫ ବର୍ଷ ପରେ ଓଡ଼ିଶାରେ ଓଡ଼ିଆ କହୁଥିବା ମୁଖ୍ୟମନ୍ତ୍ରୀ ବିଜେପି ଦେବ। ଏହି ନିର୍ବାଚନ ଓଡ଼ିଆ ଅସ୍ମିତା, ଭାଷା, ଗୌରବ ଓ ଉତ୍କଳ ପ୍ରଦେଶର ସ୍ବାଭିମାନର ନିର୍ବାଚନ ଅଟେ। ଓଡ଼ିଶାର ଜନସାଧାରଣ ତାମିଲ ବାବୁଙ୍କ ଶାସନରେ ବ୍ୟସ୍ତ ହୋଇପଡ଼ିଲେଣି। ବିଜେପି ସରକାର ଆସିବା ପରେ ଏଠାରେ ବାବୁ ନୁହେଁ, ଜଣେ ଜନସେବକ ହିଁ ଶାସନ କରିବେ। ଭ୍ରଷ୍ଟାଚାରରେ ଲିପ୍ତ ବାବୁ ଜେଲ୍ ଯିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକଙ୍କୁ ଆହ୍ବାନ ଦେଇ କୌଣସି ପରିସ୍ଥିତିରେ ଓଡ଼ିଆ ଜାଣି ନଥିବା ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପୁନଶ୍ଚ ଓଡ଼ିଶାବାସୀ ଭୋଟ ଦେବା ଉଚିତ ନୁହେଁ। ଓଡ଼ିଶା ନିଜର ସ୍ବାଭିମାନ ପାଇଁ ସମ୍ରାଟ ଅଶୋକଙ୍କ ସହ ଯୁଦ୍ଧ କରିଥିଲା। ପ୍ରତ୍ୟେକ ଓଡ଼ିଆ ନିଜର ଜୀବନ ବଳିଦାନ କରିଦେଇଥିଲେ, ହେଲେ ମୁଣ୍ଡ ନୁଆଁଇ ନଥିଲେ।
ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରି ଶାହ କହିଥିଲେ, ଖଣିଜ ସମ୍ପଦରେ ସମୃଦ୍ଧ ଓଡ଼ିଶାର ନାଗରିକ ଦେଶର ସବୁଠାରୁ ଅଧିକ ଗରିବ। ଏହାର କାରଣ ହେଲା ଓଡ଼ିଶାର ଖଣିଜ ସମ୍ପଦକୁ ବାବୁମାନଙ୍କ ଇସାରାରେ ରାଜ୍ୟ ବାହାରକୁ ପଠାଇବା ପାଇଁ କାମ କରାଯାଉଛି। ଖାଦାନ ମିଳିବ ତାମିଲକୁ, ଠିକା ମିଳିବ ତାମିଲକୁ, ରୋଜଗାର ମିଳିବ ବି ତାମିଲକୁ। ନବୀନ ବାବୁଙ୍କୁ ଯଦି ଏପରି କରିବାର ଥିଲା, ତେବେ ତାମିଲନାଡ଼ୁରୁ ନିର୍ବାଚନ ଲଢ଼ିବାର ଥିଲା। ଓଡ଼ିଶାରୁ ପଳାୟନକୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ରୋକିପାରିବେ।
ଖାଦାନ, ଠିକା, ରୋଜଗାର ସବୁ ତାମିଲଙ୍କୁ ମିଳୁଛି
ନବୀନ ବାବୁଙ୍କ ବ୍ୟାଗ୍ରେ ଗରିବର ପେଟ ପୂରିବ ନାହିଁ
ପୁଣି ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ଗର୍ଜିଥିଲେ ଶାହ। ସେ କହିଥିଲେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ଦେବାକୁ ପଡ଼ିବ ଯେ ଭଗବାନ ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କେଉଁଠି ଅଛି? ରତ୍ନଭଣ୍ଡାରର ତଦନ୍ତ କମିସନର ରିପୋର୍ଟ ସାର୍ବଜନୀନ କାହିଁକି କରାଗଲା ନାହିଁ? ବିଜେଡି ସରକାର କାହାକୁ ସୁରକ୍ଷା ଦେବାକୁ ଉଦ୍ୟମ କରୁଛି? ଓଡ଼ିଶାରେ ବିଜେପି ସରକାର ଗଠନ ହେବା ପରେ ମାସକ ଭିତରେ ତଦନ୍ତ କମିସନ୍ ରିପୋର୍ଟକୁ ସାର୍ବଜନୀନ କରାଯିବ। ଶ୍ରୀଜଗନ୍ନାଥ ମନ୍ଦିରର ଚାରି ଦ୍ବାର ଓ ରତ୍ନ ଭଣ୍ଡାର ଖୋଲାଯିବ। ସେମିତି ଚିଟ୍ଫଣ୍ଡ ଜମାକାରୀ ଅଦ୍ୟାବଧି ଟଙ୍କା ଫେରିପାଇଲେ ନାହିଁ। ରାଜ୍ୟରେ ଡବଲ ଇଞ୍ଜିନ ସରକାର ହେଲେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ।
ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ କହିଥିଲେ, କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ରାଜ୍ୟ ସରକାର ମୋହର ମାରିଦେଇ ନିଜର ବୋଲି ପ୍ରଚାର କରୁଛନ୍ତି। ମୋଦୀ ସରକାର ‘ଚାଉଳ ବାଲା ସରକାର’ ଅଟେ। ଅନ୍ୟ ପଟେ ନବୀନ ବାବୁଙ୍କ ସରକାର ‘କେବଳ ବ୍ୟାଗ୍ ବାଲା ସରକାର’ ଅଟେ। ନବୀନ ବାବୁଙ୍କୁ ଏହା ବୁଝିବାକୁ ପଡ଼ିବ ଯେ ବ୍ୟାଗ୍ରେ ଗରିବର ପେଟ ପୂରେ ନାହିଁ, ବରଂ ଶସ୍ୟରେ ଭରିଥାଏ। ଭଦ୍ରକର ଚାନ୍ଦବାଲି ଏନ୍ଏସି ଅନ୍ତର୍ଗତ ଦୁର୍ଗା ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶାହ ପ୍ରତିଶ୍ରୁତି ଦେଇଥିଲେ, ଓଡ଼ିଶାରେ ବିଜେପି ସରକାର କଲେ ୬ ମାସ ମଧ୍ୟରେ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ରାଜ୍ୟରେ ଭରପୂର ଖଣିଜ ସମ୍ପଦ ରହିଛି। ଚାନ୍ଦବାଲି ଏକ ଶିଳ୍ପ ହବ୍ ହୋଇପାରିବ। କିନ୍ତୁ ଏଠାରେ ଶିଳ୍ପ ପ୍ରତିଷ୍ଠା ନାହିଁ। ଏହି ଅଞ୍ଚଳରେ ନିଯୁକ୍ତି ନ ଥିବାରୁ ହଜାର ହଜାର ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। ଏହି ସମାବେଶରେ ବିଜେପି ରାଜ୍ୟ ସଭାପତି ତଥା ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ, ଭଦ୍ରକ ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାୟକ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଓ ବାସୁଦେବପୁର ବିଧାୟକ ପ୍ରାର୍ଥୀ ବାଣୀକଲ୍ୟାଣ ମହାନ୍ତି ଉପସ୍ଥିତ ଥିଲେ।
ନିମାପଡ଼ାର ଇଣ୍ଡୋର୍ ଷ୍ଟାଡିୟମ୍ରେ ଆୟୋଜିତ ସମାବେଶରେ ଶାହ କହିଥିଲେ, ବିଜେପି ରାଜ୍ୟରେ ସରକାର ଗଢ଼ିଲେ ଆନ୍ତର୍ଜାତିକ ପର୍ଯ୍ୟଟନସ୍ଥଳୀ କୋଣାର୍କ ଓ ଏହାର ଆଖପାଖରେ ପର୍ଯ୍ୟଟନ ବିକାଶକୁ ତ୍ବରାନ୍ବିତ କରାଯିବ। ଏହି ସଭାରେ ଜଗତସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ନିମାପଡ଼ା ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡ଼ା ଓ ସ୍ଥାନୀୟ ବିଧାୟକ ତଥା ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶ ଉପସ୍ଥିତ ଥିଲେ। ପାଣିକୋଇଲି କଲେଜ ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଶାହ କହିଲେ, ଓଡ଼ିଶାର ଐତିହ୍ୟ ଓ ସଂସ୍କୃତି ସହିତ ଯାଜପୁର ଇତିହାସ ମହାନ। କ୍ରୋମାଇଟ ଉପତ୍ୟକାରେ ଆଦିବାସୀ ଭୋକିଲା। ଡିଏମ୍ଏଫ ଅର୍ଥ ଅପବ୍ୟବହାର କରାଯାଉଛି। କୃଷି କ୍ଷେତ୍ରକୁ ଜଳସେଚନ କରାଯିବ। ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ହଜାର ଟଙ୍କା ଭାଉଚର ପ୍ରଦାନ କରାଯିବ। କାର୍ଯ୍ୟକ୍ରମରେ ବିଜେପିର ଯାଜପୁର ପ୍ରାର୍ଥୀ ଗୌତମ ରାୟ, କୋରେଇ ପ୍ରାର୍ଥୀ ଆକାଶ ଦାସନାୟକ ଓ ସାଂସଦ ପ୍ରାର୍ଥୀ ରବୀନ୍ଦ୍ର ନାରାୟଣ ବେହେରା ଉପସ୍ଥିତ ଥିଲେ।
[ad_2]