ଦେଶ- ବିଦେଶ

ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ତେଲେଙ୍ଗାନା ଓ ପୁଡୁଚେରିର ଅତିରିକ୍ତ ଦାୟିତ୍ବ – Kalinga News

[ad_1]

ପୁଡୁଚେରୀ: ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୌନ୍ଦରରାଜନ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେବାପରେ ଆଜି ଝାଡ଼ଖଣ୍ଡ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍ଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି। ରାଷ୍ଟ୍ରପତି ଭବନରୁ ପ୍ରକାଶିତ ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ଉଭୟ ତେଲେଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଝାଡ଼ଖଣ୍ଡ ରାଜ୍ୟପାଳ ରାଧାକ୍ରିଷ୍ଣନ୍ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ। ଅତିରିକ୍ତ ଦାୟିତ୍ବ ମିଳିବାପରେ ରାଜ୍ୟପାଳ ରାଧାକ୍ରିଷ୍ଣନ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି ଯେ ତେଲେଙ୍ଗାନା ରାଜ୍ୟପାଳ ଓ ପୁଡୁଚେରୀ ଲେଫ୍ନାଣ୍ଟ୍ ଗଭର୍ନର ଭାବେ ଅତିରିକ୍ତ ଦାୟିତ୍ବ ପାଇଥିବାରୁ ସେ ନିଜକୁ ସୌଭାଗ୍ୟବାନ୍ ମନେ କରୁଛନ୍ତି। ଏଥିପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button