କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟରେ ସିବିଆଇ ଟିମ୍ , ଶେଖ ଶାହଜାହାନଙ୍କୁ ହାଜତକୁ ନେଲା – Kalinga News

[ad_1]
ନୂଆଦିଲ୍ଲୀ : କାଲକାଟା ହାଇକୋର୍ଟଙ୍କ ସଦ୍ୟ ନିର୍ଦ୍ଦେଶ ମୁତାବକ ନିଲମ୍ବିତ ହୋଇଥିବା ଟିଏମସି ନେତା ଶେଖ ଶାହଜାହାନଙ୍କୁ ହେପାଜତକୁ ନେବାପାଇଁ ସିବିଆଇ ଟିମ ପଶ୍ଚିମବଙ୍ଗ ପୁଲିସ ସିଆଇଡି ମୁଖ୍ୟାଳୟରେ ପହଞ୍ଚିଛନ୍ତି। ସନ୍ଦେଶଖାଲି ମାମଲାରେ ଅଭିଯୁକ୍ତ ଟିଏମସି ନେତା ଶେଖ୍ ଶାହଜାହାନଙ୍କୁ ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା ପଶ୍ଚିମବଙ୍ଗ ପୁଲିସ ଏଥିରେ ପଛଘୁଞ୍ଚା ଦେଇଥିଲା। କିନ୍ତୁ କାଲକାଟା ହାଇକୋର୍ଟ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ସଦ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ସିବିଆଇ ଟିମ୍ ଯାଇ ପଶ୍ଚିମବଙ୍ଗ ପୁଲିସ ମୁଖ୍ୟାଳୟରେ ପହଞ୍ଚିଛନ୍ତି। ଶେଖ ଶାହଜାହାନଙ୍କୁ ସିବିଆଇ ଟିମ୍ ନିଜ ହେପାଜତକୁ ନେଇଥିବା ଜଣାପଡ଼ିଛି। ସିବିଆଇ ପକ୍ଷରୁ ହାଇକୋର୍ଟରେ କୁହାଯାଇଥିଲା ଯେ ଯଦି ସରକାର ଶେଖ ଶାହଜାହାନଙ୍କୁ ହସ୍ତାନ୍ତର ନକରନ୍ତି ତେବେ ଅଦାଲତ ଅବମାନନା ହେବ। ପଶ୍ଚିମବଙ୍ଗ ସିଆଇଡି ହାଇକୋର୍ଟଙ୍କ ରାୟ ପାଳନ କରିନାହାନ୍ତି ବୋଲି ସିବିଆଇ ଦାବି କରିଥିଲା। ଏହାପରେ ହାଇକୋର୍ଟ ସଦ୍ୟ ନିର୍ଦ୍ଦେଶ ଦେଇଛନ୍ତି।
[ad_2]




