ଦେଶ- ବିଦେଶ

ଶାହଙ୍କୁ ଭେଟିଲେ ଏମ୍ଏନ୍ଏସ୍ ମୁଖ୍ୟ ରାଜ ଠାକ୍ରେ, ଏନଡିଏରେ ସାମିଲ ହୋଇପାରନ୍ତି – Kalinga News

[ad_1]

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ମୋଡ଼ ଆସିବାକୁ ଯାଉଛି। ମହାରାଷ୍ଟ୍ର ରାଜନୀତିର ଜଣେ ପ୍ରମୁଖ ନେତା ବାଲାସାହେବ ଠାକ୍ରେଙ୍କ ପୁତୁରା ତଥା ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ପରେ ରାଜ ଠାକରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ରାଜ୍ ଠାକରେ ଗତକାଲି ଦିଲ୍ଳୀରେ ପହଞ୍ଚିଥିଲେ ଏବଂ ଆଜି ଶାହଙ୍କୁ ଭେଟିଥିଲେ। ଏହି ସାକ୍ଷାତ ବେଳେ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେ ଉପସ୍ଥିତ ଥିଲେ। ତେବେ ଠାକରେ-ଶାହଙ୍କ ସାକ୍ଷାତକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ମହାବିକାଶ ଅଘାଡ଼ି (ଏମ୍ଭିଏ)ର ଅନ୍ୟତମ ସଦସ୍ୟ ତଥା ଶିବସେନା (ଉଦ୍ଧବ ଠାକ୍ରେ) ଗୋଷ୍ଠୀର ପ୍ରଭାବ ହ୍ରାସ କରିବାରେ ଏମ୍ଏନଏସ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button