ମନୋରଞ୍ଜନ

୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍ – Kalinga News

[ad_1]

ମୁମ୍ବାଇ: ୭୦କୋଟିର ଘର କିଣି ଚର୍ଚ୍ଚାରେ ବଲିଉଡ ଅଭିନେତା ଜନ୍ ଆବ୍ରାହମ୍। କୁହାଯାଉଛି ଯେ, ଜନ୍ ମୁମ୍ବାଇରେ ଏକ ବଙ୍ଗଳା କିଣିଛନ୍ତି, ଯାହାର ମୂଲ୍ୟ ରହିଛି ୭୦.୮୩କୋଟି। ୭,୭୨୨ ସ୍କୋୟାର ଫିଟ୍ ଜାଗାରେ ଥିବା ୫,୪୧୬ ସ୍କୋୟାର ଫିଟର ବଙ୍ଗଳା କିଣିଛନ୍ତି ଜନ୍। ମୁମ୍ବାଇରେ ଥିବା ଖାରର ଲିଙ୍କିଙ୍ଗ ରୋଡରେ ଜନ ବଙ୍ଗଳା କିଣିଥିବା ବେଳେ ଘର ପାଇଁ ସେ ୪.୨୪କୋଟି ଟଙ୍କା ଷ୍ଟାମ୍ପ ଡିୟୁଟି ଆକାରରେ ଦେଇଥିବା ଜଣାପଡ଼ିଛି।

ନଭେମ୍ବରରେ ଜନ୍ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କର ଏକ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ରୋଗୀଣା ଭଳି ଦିଶୁଥିବାରୁ ତାଙ୍କ ପ୍ରଶଂସକ ଚିନ୍ତାରେ ପଡ଼ିଯାଇଥିଲେ। ଅଧିକ ବ୍ୟାୟାମ ଓ କୌଣସି ଔଷଧ ନେଉଥିବାରୁ ଏଭଳି ହୋଇଥିବା ଭାବିଥିଲେ ଲୋକେ। ହେଲେ ପରେ ଅଭିନେତା ସମ୍ପୂର୍ଣ୍ଣ ଫିଟ୍ ଥିବା ଜଣାପଡ଼ିଥିଲା।  ୨୦୨୩ବର୍ଷକୁ ଦେଖିବାକୁ ଗଲେ ଜନଙ୍କ ପାଇଁ ଏବର୍ଷ ବହୁତ ଭଲ ରହିଥିଲା। ‘ପଠାନ୍’ ଭଳି ବ୍ଲକବଷ୍ଟର ଫିଲ୍ମରେ କାମ କରିବା ସହ ବାଦଶାହା ଶାହରୁଖ ଖାନଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ ଜନ୍।

ଏହି ଫିଲ୍ମଟି ବକ୍ସ ଅଫିସରେ ଧମାଲ କରିଥିବା ବେଳେ ବିଶ୍ବ ବକ୍ସ ଅଫିସର ଆୟକୁ ମିଶାଇ ଫିଲ୍ମଟି  ୧୦୦୦ କୋଟିରୁ ଅଧିକ ଟଙ୍କା ଆୟ କରିଥିବା କୁହାଯାଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button