ରାଜନୀତି

ଭୁବନେଶ୍ବରରେ କଂଗ୍ରେସ ଲଢ଼ିବ ତ? – Kalinga News

[ad_1]

ଉତ୍ତର ଓ ଏକାମ୍ରରେ ଏକାଧିକ ଆଶାୟୀ, ମଧ୍ୟ ଭୁବନେଶ୍ବରରେ ସଙ୍ଗଠନ ଦୁର୍ବଳ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ଭୁବନେଶ୍ବର ଲୋକ‌ସଭା କ୍ଷେତ୍ରରେ କଂଗ୍ରେସ ପ୍ରାର୍ଥୀ କିଏ ହେବ? ନା ୨୦୧୯ ପରି ଏଥର ମଧ୍ୟ କଂଗ୍ରେସ ଅନ୍ୟ ଦଳ ପ୍ରାର୍ଥୀକୁ ସମର୍ଥନ ଜଣାଇବ? ଭୁବନେଶ୍ବରର ତିନି ବିଧାନସଭା ନିର୍ବାଚନ ମଣ୍ଡଳୀରେ କେ‌ଉଁମାନେ ପ୍ରାର୍ଥୀ ହେବେ? ଗତ କିଛି ବର୍ଷ ଧରି ରାଜ୍ୟ ରାଜଧାନୀରେ କଂଗ୍ରେସର ସାଂଗଠନିକ ସ୍ଥିତି ଦୁର୍ବଳ ରହିଥିବାରୁ ଏବେ ରାଜନୈତିକ ମହଲରେ ଏଭଳି ପ୍ରଶ୍ନ ଉଠୁଛି। ୨୦୨୨ ପଞ୍ଚାୟତ ନିର୍ବାଚନରେ ‌ଦଳ ସେତେଟା ସଫଳ ହୋଇପାରି ନ ଥିଲା କି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ସବୁ ୱାର୍ଡରେ ପ୍ରାର୍ଥୀ ଦେଇପାରି ନ ଥିଲା। ଏପରିକି ମେୟର ପଦବି ପାଇଁ କଂଗ୍ରେସ ପ୍ରାର୍ଥୀ ଦେଇଥିଲେ ମଧ୍ୟ ଆଶାନୁରୂପ ଭୋଟ ପାଇ ନ ଥିଲେ। ଇତିମଧ୍ୟରେ ଦୁଇ ବର୍ଷ ବିତିଯାଇଛି।ତଥାପି କଂଗ୍ରେସ ଶିବିର ଚଳଚଞ୍ଚଳ ନୁହେଁ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଉତ୍ତର ଓ ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ହାତଗଣତି କେତେଜଣ ନେତା ସହରର ବିଭିନ୍ନ ସମସ୍ୟା ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି। ଉତ୍ତର ଭୁବନେଶ୍ବରରେ କିଛିଟା ପ୍ରଭାବୀ ହେଉଥିବା ବେଳେ ଅନ୍ୟ ଆଡ଼େ ସଂଗଠନ ନିଷ୍ପ୍ରଭ। ଏମିତି ସ୍ଥିତିରେ ବିଜେଡି-ବିଜେପି ଯଦି ମେଣ୍ଟ ‌ହୁଏ ତେବେ ଉଭୟ ଦଳର କିଛି ନେତା କଂଗ୍ରେସକୁ ଲମ୍ଫ ପ୍ରଦାନ କରି ପ୍ରାର୍ଥୀ ହୋଇପାରନ୍ତି। ଏ ନେଇ ଆଲୋଚନା ଆରମ୍ଭ ହେଲାଣି।

ଉତ୍ତର ଓ ଏକାମ୍ରରେ ଏକାଧିକ ଆଶାୟୀ
ମଧ୍ୟ ଭୁବନେଶ୍ବରରେ ସଙ୍ଗଠନ ଦୁର୍ବଳ
ଲୋକସଭା କ୍ଷେତ୍ରରେ ଲଢ଼ିବ ନା ସମର୍ଥନ ଦେବ?

୨୦୦୦ ପୂର୍ବରୁ କଂଗ୍ରେସ ଭୁବନେଶ୍ବରରେ ବାରମ୍ବାର ତାକତ୍‌ ଦେଖାଇଛି। ପୌରସଂସ୍ଥାର ଅଧ୍ୟକ୍ଷ ପଦ ସମେତ ଭୁବନେଶ୍ବର ଲୋକସଭା ଓ ବିଧାନସଭା ନିର୍ବାଚନମଣ୍ଡଳୀରେ ଦଳ ଉନ୍ନତ ପ୍ରଦର୍ଶନ କରିଥିଲା। ମାତ୍ର ଏବେ ରାଜ୍ୟ ରାଜଧାନୀରେ କର୍ମୀମାନେ ଧୀରେ ଧୀରେ ଦଳ ଛାଡ଼ି ଅନ୍ୟତ୍ର ଚାଲିଗଲେଣି। ୨୦୧୯ରେ ସିପିଆଇ(ଏମ୍‌)ର ପ୍ରାର୍ଥୀ ଜନାର୍ଦ୍ଦନ ପତିଙ୍କୁ ଦଳ ସମର୍ଥନ କରିଥିଲା। କିନ୍ତୁ ସେ ଏତେ ଭୋଟ୍‌ ବ୍ୟବଧାନରେ ହାରିଲେ ଯେ, କଂଗ୍ରେସ ଭୁବନେଶ୍ବରରୁ ଏକରକମ ହଜିଯାଇଥିବା ଭଳି ଅନୁଭବ ହେଲା।
କୌତୂହଳର କଥା ହେଉଛି ଯେ ଭୁବନେଶ୍ବର ଲୋକ‌ସଭା କ୍ଷେତ୍ରରେ ସାଂସଦ ଅପରାଜିତା ଯେତିକି ଭୋଟରେ ବିଜୟୀ ହୋଇଥିଲେ ଜଟଣୀରେ କଂଗ୍ରେସ ପ୍ରାର୍ଥୀ ସୁରେଶ କୁମାର ରାଉତରାୟ ଜିତିବା ପରେ ମଧ୍ୟ ସିପିଆଇ(ଏମ୍‌) ପ୍ରାର୍ଥୀ ସମୁଦାୟ ସେତିକି ଅର୍ଥାତ୍ ୨୩ ହଜାର ୨୬ ଭୋଟ୍‌ ପାଇଥିଲେ। ତାଙ୍କ ଭୋଟ୍‌ ହାର ୨.୨୯% ଥିଲା। ଭୁବନେଶ୍ବରର ତିନି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ବି ଅମାନତ ହରାଇଥିଲେ। ଲଢ଼େଇ କରିବା ଦୂରର କଥା, ପ୍ରତିଦ୍ବନ୍ଦ୍ବୀଙ୍କଠାରୁ ୫୦%ରୁ ଅଧିକ ଭୋଟ୍‌ ବ୍ୟବଧାନରେ ପଛରେ ରହିଗଲେ। ୨୦୦୯, ୨୦୧୪ରେ ଯେତିକି ଭୋଟ୍‌ ପାଇଥିଲେ ତା’ଠାରୁ କମ୍‌ ଭୋଟ୍‌ ପାଇଲେ। ଭୁବନେଶ୍ବର ମଧ୍ୟ ଆସନରେ କଂଗ୍ରେସ ପ୍ରାର୍ଥୀ ମାତ୍ର ୨୭୪୬ ଭୋଟ୍‌ ହାତେଇଥିବା ବେଳେ ଉତ୍ତରରେ ୫୧୮୯ ଏବଂ ଏକାମ୍ରରେ ୬୭୮୦ ଭୋଟ୍‌ ପାଇଥିଲେ।
ବର୍ତ୍ତମାନ ସ୍ଥିତିରେ ବିଏମ୍‌ସିରେ ସ୍ବର ଉଠାଇବାକୁ ଜଣେ ବି କେହି କର୍ପୋରେଟର ନାହାନ୍ତି। ୨୦୧୯ରେ ଉତ୍ତର ଓ ମଧ୍ୟ ଭୁବନେଶ୍ବରରେ କଂଗ୍ରେସ ଯେଉଁମାନଙ୍କୁ ବିଧାୟକ ପ୍ରାର୍ଥୀ କରିଥିଲା, ସେମାନଙ୍କ ସ୍ଥିତି ଏବେ ଆଉ ନାହିଁ। ୱାର୍ଡସ୍ତରରେ ଯେଉଁ କିଛି ନେତା ରହିଛନ୍ତି ‌ସେମାନେ ଦଳର ମଙ୍ଗ ଧରିବାକୁ ଆଗକୁ ଆସୁନାହାନ୍ତି। ପ‌ଡ଼ୋଶୀ ଜଟଣୀ ନିର୍ବାଚନମଣ୍ଡଳୀରେ ବିଧାୟକ ସୁରେଶ କୁମାର ରାଉତରାୟ ୨୦୧୯ରେ ଜିତିଥିବାରୁ କଂଗ୍ରେସ ସେଠାରେ ସଙ୍ଗଠିତ ରହିଛି। ମାତ୍ର ଭୁବନେଶ୍ବରରେ ରସାତଳଗାମୀ ହେବାରେ ଲାଗିଛି। ଯେଉଁ କିଛି କର୍ମୀ ରହିଛନ୍ତି ସେମାନେ ଏବେ ନିଜର ଭବିଷ୍ୟତ ନେଇ ସନ୍ଦୀହାନ ହୋଇପଡ଼ିଛନ୍ତି। ତେଣୁ ଆସନ୍ତା ନିର୍ବାଚନ ପାଇଁ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ୍ ସଦୃଶ। ଯଦି ଏବେଠାରୁ ନିର୍ବାଚନରେ ଦଳ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ ନ କରେ, ତେବେ ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସ ସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ିବ ବୋଲି କର୍ମୀମାନେ ମତପ୍ରକାଶ କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button