ଅପରାଧ

ଇଡିର ଅଭିଯୋଗ: ଆପ୍‌ ନେତାଙ୍କୁ କବିତା ୧୦୦ କୋଟି ଦେଇଛନ୍ତି – Kalinga News

[ad_1]

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଭାରତ ରାଷ୍ଟ୍ରସମିତି (ବିଆର୍‌ଏସ୍‌) ନେତ୍ରୀ କେ କବିତା ଆପ୍‌ ନେତା ଅରବିନ୍ଦ କେଜ୍ରିୱାଲ ଓ ମନିଷ ସିସୋଦିଆଙ୍କ ସହ ଏକ ଷଡ଼ଯନ୍ତ୍ର କରି ୧୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଏହି ଦାବି କରିଛି। ଇଡି ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, କବିତା ଓ ତାଙ୍କର ଅନ୍ୟ ସହଯୋଗୀମାନେ ଆପ୍‌ର ଶୀର୍ଷ ନେତାମାନଙ୍କ ସହିତ ଷଡ଼ଯନ୍ତ୍ର କରିଥିଲେ। ଦିଲ୍ଲୀ ଅବକାରୀ ନୀତିରୁ ଫାଇଦା ପାଇଁ ଏହା କରାଯାଇଥିଲା। ଏହା ବଦଳରେ ନେତାମାନଙ୍କୁ ୧୦୦ କୋଟି ଟଙ୍କା ଦିଆଯିବା କାର୍ଯ୍ୟରେ କବିତା ସାମିଲ ଅଛନ୍ତି। ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତା ଗତ ସପ୍ତାହରେ ଏହି ମାମଲାରେ ଇଡି ଦ୍ବାରା ଗିରଫ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ସେ ଇଡି ‌ହେପାଜତରେ ଅଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button