ରାଜନୀତି

୯୬ ଲୋକସଭା ଆସନରେ ମତଦାନ ଆରମ୍ଭ: ବୁଥ୍ ଉପରେ ସିସିଟିଭି ନଜର – Kalinga News

[ad_1]

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ସକାଳ ୭ଟାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୯ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ପ୍ରତି ବୁଥ୍ ଉପରେ ସିସିଟିଭିର କଡ଼ା ନଜର ରହିଛି।

ମତଦାନ ଆରମ୍ଭ ହୋଇଥିବା ଲୋକସଭା ଆସନ ମଧ୍ୟରେ ଉତ୍ତରପ୍ରଦେଶର ୧୩ ଟି ଲୋକସଭା ଆସନ, ବିହାରର ୫ ଲୋକସଭା ଆସନ, ଝାଡ଼ଖଣ୍ଡର ୪ ଆସନ, ମହାରାଷ୍ଟ୍ରର ୧୧ , ଓଡିଶାର ୪, ମଧ୍ୟପ୍ରଦେଶର ୮, ପଶ୍ଚିମବଙ୍ଗର ୮ଟି, ଜମ୍ମୁ କଶ୍ମୀର ଗୋଟିଏ, ତେଲେଙ୍ଗାନାର ୧୭ ଲୋକସଭା ଆସନ ଏବଂ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନ ରହିଛି। ଏହା ସହିତ ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ଏବଂ ଓଡ଼ିଶାର ୨୮ ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି।

ଉତ୍ତରପ୍ରଦେଶର ଶାହାଜାହାନପୁର, ଖେରୀ, ସୀତାପୁର, ଧୈରାହରା, ହର୍ଦୋଇ, ମିସ୍ରିକ୍, ଉନ୍ନାଓ, ଫାରୁଖାବାଦ, ଇଟାୱା, କ‌ନ୍ନୌଜ, କାନପୁର, ଆକବରପୁର ଏବଂ ବହରାଇଚ୍‌ରେ ମତଦାନ ଆରମ୍ଭ ହୋଇଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button