ଦେଶ- ବିଦେଶ

ଆସନ୍ତାକାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ , ଷ୍ଟାର ପାୱାରଙ୍କ ଉପରେ ସମସ୍ତଙ୍କ ନଜର – Kalinga News

[ad_1]

ନୂଆଦିଲ୍ଲୀ: ଆସନ୍ତାକାଲି ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଅଛି। ଦ୍ବିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୯ ଲୋକସଭା ଆସନରେ ଭୋଟ୍ ଅଛି। କେରଳର ସମସ୍ତ ୨୦ ଆସନ, କର୍ଣ୍ଣାଟକ, ରାଜସ୍ଥାନ , ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ମଣିପୁର, ତ୍ରିପୁରା ଏବଂ ଜମ୍ମୁ କାଶ୍ମୀରରେ ଭୋଟ୍ ଅଛି। ୨୦୧୯ ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିବାବେଳେ କଂଗ୍ରେସ ୫୨ ଆସନରେ ଜିତିଥିଲା। ଦ୍ବିତୀୟ ପର୍ଯ୍ୟାୟରେ ବିଜେପି ଏବଂ କଂଗ୍ରେସ ଦଳର ଅନେକ ପ୍ରମୁଖ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ଶଶି ଥରୁର ଓ ବିଜେପିର ହେମା ମାଳିନୀ ଏବଂ ଅରୁଣ ଗୋଭିଲ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଛନ୍ତି। ରାହୁଲ ଗାନ୍ଧି କେରଳର ୱାୟନାଡ଼ ଆସନରୁ ପୁନଃ ନିର୍ବାଚନ ଲଢ଼ୁଛନ୍ତି ଏବଂ ସିପିଆଇର ଆନ୍ନି ରାଜା ଏବଂ ବିଜେପିର କେ ସୁରେନ୍ଦ୍ରନଙ୍କୁ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି। ଉକ୍ତ ଆସନ ଉପରେ ସାରା ଦେଶର ନଜର ରହିଛି। ବରିଷ୍ଠ କଂଗ୍ରେସ ନେତା ଏବଂ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶଶି ଥରୁର ମଧ୍ୟ ଥିରୁଅନନ୍ତପୁରମ ଆସନରେ ଲଗାତାର ଚତୁର୍ଥ ଥର ପାଇଁ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି। ବିଜେପିର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏବଂ ସିପିଆଇର ପନ୍ନ୍ୟାନ୍ ରବୀନ୍ଦ୍ରନଙ୍କ ବିରୋଧରେ ତାଙ୍କୁ ପ୍ରାର୍ଥୀ କରାଯାଇଛି। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ ମଧ୍ୟ ୨୦୧୪ ଲୋକସଭା ନିର୍ବାଚନ ପରେ ପୁଣିଥରେ କେରଳର ଆଲାପ୍ପୁଝାରୁ ନିର୍ବାଚନ ଲଢ଼ିବେ। ବେଣୁଗୋପାଳ ୧୯୯୬, ୨୦୦୧ ଏବଂ ୨୦୦୬ରେ ଲଗାତାର ୩ ଥର ପାଇଁ ଆଲାପ୍ପୁଝା ବିଧାନସଭା ଆସନକୁ ନିର୍ବାଚିତ ହୋଇଥିିଲେ। ୨୦୦୯ ଏବଂ ୨୦୧୪ରେ ସେ ଆଲାପ୍ପୁଝାରୁ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ କଂଗ୍ରେସ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦକୁ ପଦୋନ୍ନତି କରିବାପରେ ସେ ୨୦୧୯ରେ ଆଉ ନିର୍ବାଚନ ଲଢ଼ିଲେନି। ଚଳିତ ନିର୍ବାଚନରେ ସେ ପୁଣିଥରେ ନିର୍ବାଚନ ଲଢ଼ୁଛନ୍ତି। ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଲଢ଼ୁଥିବା ପ୍ରମୁଖ ବିଜେପି ନେତାମାନେ ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ, ଦଳର ସାଂସଦ ତେଜସ୍ବୀ ସୂର୍ଯ୍ୟ , ସୁକାନ୍ତ ମଜୁମଦାର ଏବଂ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ।

[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button