ରାଜନୀତି

ରାମମନ୍ଦିର କୋର୍ଟ ରାୟ ବଦଳାଇ ଦେବେ ରାହୁଲ: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ – Kalinga News

[ad_1]

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେତେବେଳେ ରାମମନ୍ଦିର ସମ୍ପର୍କରେ କୋର୍ଟଙ୍କ ରାୟ ଆସିଲା ସେତେବେଳେ ରାହୁଲ ନିଜର ନିକଟତମ ସହଯୋଗୀମାନଙ୍କ ସହିତ ଏକ ବୈଠକ କରିଥିଲେ। ରାହୁଲ କ୍ଷମତାକୁ ଆସିଲେ ରାମମନ୍ଦିର ନେଇ କୋର୍ଟଙ୍କ ରାୟ ବଦଳାଇବାକୁ ଉଦ୍ୟମ କରିବେ।

ଏକ ସୁପରପାୱାର କମିଟି ଗଠନ କରି କୋର୍ଟଙ୍କ ରାୟ ବଦଳାଇବାକୁ ରାହୁଲ ପ୍ରୟାସ କରିବେ ବୋଲି ସେ ଅଭିଯୋଗ କରିଛନ୍ତି। ଶାହାବାନୋ ମାମଲା ଭଳି ରାମମନ୍ଦିର ରାୟକୁ ପରିବର୍ତ୍ତନ କରିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି। ରାହୁଲ ଦେଶକୁ ଭାଙ୍ଗିବାକୁ ଚାହୁଁଛନ୍ତି।

 

ଗଣମାଧ୍ୟମ ସହିତ କଥାବାର୍ତ୍ତା ସମୟରେ ଆଚାର୍ଯ୍ୟ ଏଭଳି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କଂଗ୍ରେସ ଏକ ବଡ଼ ଦଳ। ଏହାର ସ୍ଥାପନା ସମୟରେ ଦଳରେ ଦେଶଭକ୍ତ ନେତା ଥିଲେ। ସେତେବେଳେ କଂଗ୍ରେସ ଦେଶକୁ ଏକତା ସୂତ୍ରରେ ବାନ୍ଧିବାର ଉଦ୍ୟମ କରୁଥିଲା। ତେବେ ସମୟ ସହିତ ଦଳରେ ବହୁ ପରିବର୍ତ୍ତନ ଆସିଛି। ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହେରୁ ଭାରତକୁ ଏକଜୁଟ କରିବା ପାଇଁ କାର୍ଯ୍ୟ କରିଥିଲେ। ବର୍ତ୍ତମାନର କଂଗ୍ରେସ ଦେଶ ଭାଙ୍ଗିବାକୁ ଚାହୁଁଛି। ଜାତି, ଧର୍ମ, ଭାଷା ଏବଂ ଅଞ୍ଚଳ ନାମରେ ରାହୁଲ ଗାନ୍ଧୀ ଏବଂ ତାଙ୍କ ଦଳ ଦେଶ ଭାଙ୍ଗିବାରେ ନିୟୋଜିତ ଅଛନ୍ତି। ସେଥିପାଇଁ ସେ ଭୁଲ ବକ୍ତବ୍ୟ ଦେଇଥାନ୍ତି ।

ଏହାପୂର୍ବରୁ କୃଷ୍ଣମ୍ କହିଥିଲେ ଯେ ଜୁନ୍ ୪ ପରେ କଂଗ୍ରେସ ଦଳ ଦୁଇଭାଗ ହେବ। ଗୋଟିଏ ଦଳ ରାହୁଲ ଗାନ୍ଧୀ ଏବଂ ଅନ୍ୟଟି ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କର ହେବ। ଆଚାର୍ଯ୍ୟ କହିଥିଲେ କଂଗ୍ରେସ କର୍ମୀ ଏବଂ ନେତାଙ୍କ ହୃଦୟରେ ଏକ ଆଗ୍ନେୟଗିରି ଅଛି ଯାହା ଜୁନ୍ ୪ ପରେ ବିସ୍ଫୋରଣ ହେବ।
ଏକ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ କହିଥିଲେ ପ୍ରିୟଙ୍କା ଗାନ୍ଧୀଙ୍କ ବିରେରାଧରେ ଏକ ଷଡଯନ୍ତ୍ର ଚାଲିଛି। ପ୍ରିୟଙ୍କା ଗାନ୍ଧୀଙ୍କୁ ଦଳର ସଭାପତି ହେବାକୁ ତଥା ରାଜ୍ୟସଭାକୁ ଯିବାକୁ ବାରଣ କରାଯାଇଥିଲା। କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇ ନ ଥିଲା।

ଏହି ଷଡଯନ୍ତ୍ର ତାଙ୍କ ବିରୋଧରେ ଦୀର୍ଘ ବର୍ଷ ଧରି ଚାଲିଆସୁଛି। ରାହୁଲ ଗାନ୍ଧୀଙ୍କ କ୍ୟାମ୍ପ ଚାହୁଁଛନ୍ତି ପ୍ରିୟଙ୍କା ଗାନ୍ଧୀ ରାଜନୀତିରୁ ବାହାରକୁ ଆସନ୍ତୁ। ଏହି କାରଣରୁ ପ୍ରିୟଙ୍କା ଗାନ୍ଧୀଙ୍କ ସମର୍ଥକମାନେ ଦୁଃଖିତ। ଏହି କାରଣରୁ, ଜୁନ୍ ୪ପରେ କଂଗ୍ରେସ ଦଳ ଦୁଇଭାଗ ହେବାକୁ ଯାଉଛି।

 



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button