ପ୍ରିୟଙ୍କା ଚୋପ୍ରାଙ୍କୁ ସ୍ବାଦିଷ୍ଟ ଖାଦ୍ୟ ପରଷିଦେଲେ ଈଶା ଅମ୍ବାନୀ, ଫଟୋ ହେଲା ଭାଇରାଲ୍ – Kalinga News

[ad_1]
ମୁମ୍ବାଇ: ଶୁକ୍ରବାର ରାତିରେ ଅମ୍ବାନୀ ହାଉସରେ ଏକ ଅଳଙ୍କାର ବ୍ରାଣ୍ଡ ସହଯୋଗରେ ମୁକେଶ ଅମ୍ବାନୀଙ୍କ ଝିଅ ଈଶା ଅମ୍ବାନୀ ଏକ ପାର୍ଟିର ଆୟୋଜନ କରିଥିଲେ। ରାଧିକା ମର୍ଚାଣ୍ଟ, ପ୍ରିୟଙ୍କା ଚୋପ୍ରା ଏବଂ ଆୟୁଷ୍ମାନ ଖୁରାନାଙ୍କ ପରି ସେଲିବ୍ରିଟିମାନେ ଏହି ଉତ୍ସବରେ ନଜର ଆସିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଈଶା ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କର ଚୋପ୍ରାଙ୍କୁ ଏକ ସ୍ବାଦିଷ୍ଟ ଖାଦ୍ୟ ପରଷିଥିବାର ଦେଖିବାକୁ ମିଳିଛି। ଆହୁରି ବି ଦୁଇ ଜଣଙ୍କୁ ଖାଇବା ଟେବଲ୍ ଉପରେ ବସି ଗପସପ କରିବାର ଦେଖିବାକୁ ମିଳିଛି। ଉଭୟଙ୍କ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଜଣେ ପ୍ରଶଂସକଙ୍କ ଦ୍ୱାରା ସେୟାର କରାଯାଇଥିବା ଭିଡିଓରେ ପ୍ରିୟଙ୍କା ଚୋପ୍ରା ଏବଂ ଈଶାଙ୍କୁ ରାତ୍ରୀ ଭୋଜନ ଟେବୁଲରେ ମନ ଭରି ଗପୁଥିବାର ଦେଖିବାକୁ ମିଳିଛି।
ବଲିଉଡ୍ ଟର୍ଣ୍ଣଡ ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ଗ୍ଲୋବାଲ୍ ଆଇକନ୍। ନିଜର ଫେସନ ସେନ୍ସ ପାଇଁ ସେ ସର୍ବଦା ଲାଇମ୍ଲାଇଟ୍ ଚୋରେଇ ନେଇଥାନ୍ତି। କେବେ ନିଜର ପୋଷାକ ତ କେବେ କେଶବିନ୍ୟାନ, କେବେ ପିନ୍ଧିଥବା ଜୋତା ତ ପୁଣି କେବେ ପରିଧାନ କରିଥିବା ଅଳଙ୍କାରକୁ ନେଇ ଲାଇମ୍ଲାଇଟ୍ ଚୋରେଥାଆନ୍ତି ପ୍ରିୟଙ୍କା।
ନିକଟରେ ସେ ପିନ୍ଧିଥିବା ଏକ ‘ନେକଲେସ୍’ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପ୍ରିୟଙ୍କା ଗତକାଲି (ମାର୍ଚ ୧୫) ତାରିଖରେ ଈଶା ଅମ୍ବାନୀଙ୍କ ପକ୍ଷରୁ ଆୟୋଜିତ ହୋଇଥିବା ଏକ ହୋଲି ପାର୍ଟିରେ ନଜର ଆସିଥିଲେ। ପାର୍ଟିରେ ସେ ଗୋଲାପୀ ରଂଗର ହାଇ ହିଲ୍ସ ଏବଂ ଶାଢ଼ି ପରିଧାନ କରିଥିଲେ। ତାହାକୁ ସେ ସମାନ ରଂଗର ‘ଡିପ୍ ନେକ୍ କଟ୍’ ବ୍ଲାଉଜ୍ ସହ ପିନ୍ଧି ନିଜ ଲୁକ୍କୁ ପୂରା କରିଥିଲେ।
[ad_2]