ଦେଶ- ବିଦେଶ

ଏହି ସବୁ ଦେଶରେ ଭାରତର ୧୦୦ ଟଙ୍କା ଅଟେ ୩୫୦୦୦ ଟଙ୍କାସହ ସମାନ, ଏହି ୬ଟି ଦେଶରେ ଭାରତୀୟ ଟଙ୍କାର ମୂଲ୍ୟ ବହୁତ, ଭାରତୀୟ ଟଙ୍କାରେ ଯମେଇକି ନିଅନ୍ତୁ ମଜା

ଭାରତୀୟ ଟଙ୍କା ମାନେ ମୁଦ୍ରାର ମୂଲ୍ୟ ପ୍ରାୟତଃ ଆମେ ଜାଣିଛୁ କି ଅନ୍ତରାଷ୍ଟ୍ରୀୟ ସ୍ତରରେ ଏହାର ଦାମ ବହୁତ କମ ଅଟେ । ଯେଉଁ କାରଣରୁ ଆମକୁ ନିଜର ଇଛା ଥିବା ଜାଗା ଗୁଡିକୁ ଯିବା ପାଇଁ ଭାବିବାକୁ ପଡେ । କିନ୍ତୁ ଟଙ୍କାର ଇତିହାସ ଉପରେ ଯଦି ଥରେ ନଜର ପକାଯାଏ ତେବେ ୧୯୪୭ରେ ୧ ଟଙ୍କାର ମୂଲ୍ୟ ୧ ଡଲାର ସହ ସମାନ ଥିଲା ।

କିନ୍ତୁ ଆଜି ୧ ଡଲାର ମୂଲ୍ୟ ୬୫ ଟଙ୍କାରୁ ବି ଅଧିକ ହୋଇଯାଇଛି । ଯଦି ଆପଣ କେବେ ବି ବିଦେଶ ଯିବାକୁ ଭାବୁଛନ୍ତି ତେବେ ଆମେ ଆପଣମାନଙ୍କୁ ସେହି ସୁନ୍ଦର ଦେଶ ବିଷୟରେ କହିଦେଉଛୁ ଯେଉଁଠି ଭାରତୀୟ ଟଙ୍କା ଥିଲେ ଆପଣ ନିଜକୁ ଧନୀ ବୋଲି ଭାବିବେ ।

୧. ଇଣ୍ଡୋନେଶିୟା

୧ ଟଙ୍କା = ୨୦୭.୭୮ ଇଣ୍ଡୋନେଶିୟା ଟଙ୍କା

ଦ୍ଵିପର ଦେଶ, ଯେଉଁଠି ନୀଳ ପାଣି ଏବଂ ଭଲ ଜଳବାୟୁ ଦେଖିବାକୁ ମିଳେ । ଇଣ୍ଡୋନେଶିୟା ସେହି ଦେଶ ମଧ୍ୟରୁ ଗୋଟିଏ ଅଟେ ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ବହୁତ ଅଧିକ ଅଟେ । ଏହି ଦେଶକୁ ଆସିବା ପାଇଁ ଭାରତୀୟଙ୍କୁ ମାଗଣାରେ ଭିଜା ଦିଆଯାଏ ।

୨. ଭିଏତନାମ

୧ ଟଙ୍କା = ୩୫୫.୦୪ ବିୟତନାମୀ ଡୋଂଗ

ଏହି ଦେଶକୁ ନିଜର ସୁନ୍ଦରତା ପୂର୍ଣ ବୌଦ୍ଧ ମନ୍ଦିର, ଭିଏତନାମୀ ଖାଦ୍ୟ ଏବଂ ନଦୀ ଗୁଡିକ ପାଇଁ ଜଣାଯାଇଥାଏ । ଭିଏତନାମ ଭାରତୀୟଙ୍କ ବୁଲିବା ପାଇଁ ଏକ ଭଲ ଦେଶ ଅଟେ । ଯୁଧ୍ୟର ସଙ୍ଘ୍ରାଳୟ ଏବଂ ଫ୍ରେଞ୍ଚ ବାସ୍ତୁକଳା ଏହାର ଆକର୍ଷଣର କେନ୍ଦ୍ର ଅଟେ ।

୩. କଂବୋଡିୟା

୧ ଟଙ୍କା = ୬୩.୨୩ କଂବୋଡିୟନ ରିୟାଲ

କଂବୋଡିୟା ନିଜର ବିଶାଳ ପଥରେ ତିଆରି ଅଙ୍ଗକୋର ବାଟ ମନ୍ଦିର ପାଇଁ ପ୍ରସିଦ୍ଧ ଅଟେ । ଭାରତୀୟ ନାଗରିକମାନେ ଏଠି ଅଧିକ ଖର୍ଚ ନ କରି ବୁଲି ପାରିବେ । ଏହାର ରୟାଲ ପ୍ୟାଲେସ, ରାଷ୍ଟ୍ରୀୟ ସଂଗ୍ରହାଳୟ ଏବଂ ପୁରୁଣା ଖଣ୍ଡର ଆକର୍ଷଣର କେନ୍ଦ୍ର ଅଟେ ।

୪. ଶ୍ରୀଲଙ୍କା

୧ ଟଙ୍କା = ୨.୩୯ ଶ୍ରୀଲଙ୍କା ଟଙ୍କା

ସମୁଦ୍ର ତଟ, ପାହାଡ, ସବୁଜ ଏବଂ ଐତିହାସିକ ସ୍ମାରକରେ ଭରପୁର ଶ୍ରୀଲଙ୍କା ଭାରତୀୟଙ୍କ ପାଇଁ ଗରମ ଦିନର ଛୁଟି ଦିନରେ ବୁଲିବା ପାଇଁ ଏକ ଭଲ ଜାଗା ଅଟେ । ଏହା ଭାରତର ନିକଟରେ ଅବସ୍ଥିତ ।

୫. ନେପାଲ

୧ ଟଙ୍କା = ୧.୬୦ ନେପାଳୀ ଟଙ୍କା

ଏଠି ଆପଣଙ୍କୁ କିଛି ଆଶ୍ଚର୍ଯ୍ୟ ଜଣକ ଜିନିଷ ଦେଖିବାକୁ ମିଳିବ । ନେପାଲରେ ମାଉଣ୍ଟ ଏଭରେଷ୍ଟ ଏବଂ ୭ ଟି ଅନ୍ୟ ଉଞ୍ଚା ପର୍ବତ ମଧ୍ୟ ଅଛି । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ଅଟେ ।

୬. ପାକିସ୍ତାନ

୧ ଟଙ୍କା = ୧.୬୫ ପାକିସ୍ଥାନୀ ଟଙ୍କା

କହିବାକୁ ଗଲେ ପାକିସ୍ତାନ ପ୍ରଥମେ ଭାରତରେ ଥିଲା । ଏମିତିରେ ବହୁତ କମ ଲୋକ ଅଛନ୍ତି ଯିଏକି ଏଠାକୁ ଯାଆନ୍ତି । କିନ୍ତୁ ପାକିସ୍ତାନରେ ଏମିତି ବହୁତ ଜାଗା ଅଛି ଯାହା ଦେଖିବା ଯୋଗ୍ୟ ଅଟେ । ଏବଂ କମ ଟଙ୍କା ଖର୍ଚ କରି ମଧ୍ୟ ଏହି ଜାଗାକୁ ବୁଲି ହେବ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button