ଦେଶ- ବିଦେଶ

ଲୋକମାନଙ୍କ ଖାତାରେ ପୁଣି ଥରେ ଆସିଲା ୨୫ – ୨୫ ହଜାର ଟଙ୍କା, ବିଧାୟକ କହିଲେ…

ଏମିତିରେ ବ୍ୟାଙ୍କ ଆକାଉଣ୍ଟରେ ଲେଣ ଦେଣ ଏକ ସ୍ଵଭାବିକ କଥା ଅଟେ, କିନ୍ତୁ ଯଦି ଏହି ଲେଣ ଦେଣ ଆପଣଙ୍କର ଅଜଣାତାରେ ହୁଏ ? ବୋଧେ ଆପଣ କହିବେ କି ଆମେ ଥଟ୍ଟା କରୁଛୁ, କିନ୍ତୁ ନୁହେଁ । କିନ୍ତୁ ପଶ୍ଚିମ ବଙ୍ଗଳର କିଛି ଲୋକମାନଙ୍କ ବ୍ୟାଙ୍କ ଖାତାରେ ତାଙ୍କର ଅଜଣାତରେ କିଛି ଟଙ୍କା ଆସିଛି ଏବଂ ଏହା ଥରେ ନୁହେଁ ଦୁଇ ଥର ହୋଇଛି । ଆପଣ ଭାବିବେ କି ଏହି ଟଙ୍କା ଆପଣଙ୍କ ବ୍ୟାଙ୍କ ଖାତାରେ କିଏ ରଖିଲା ? ଚାଲନ୍ତୁ ତେବେ ଏହା ଘଟଣା ଟିକୁ ବିସ୍ତାର ରୂପରେ ଜାଣିବା ।

ଖବର ଅନୁସାରେ ପଶ୍ଚିମବଙ୍ଗର ଜିଲ୍ଲା ବର୍ଧମାନର କିଛି ଲୋକମାନଙ୍କ ବ୍ୟାଙ୍କ ଖାତାରେ  ୨୫ – ୨୫ ହଜାର ଟଙ୍କା ଆସିଛି । ଏବଂ ସେମାନେ ସବୁ ବୁଝି ପାରିଲେ ନାହିଁ ଏହି ଟଙ୍କା କେଉଁଠୁ ଆସିଲା ? ଖାତାରେ ଟଙ୍କା ଆସିଲା ପରେ ଲୋକମାନେ ସେହି ଟଙ୍କାକୁ ବାହାର କରିବା ପାଇଁ ଏବେ ବ୍ୟାଙ୍କ ସାମନାରେ ଲାମ୍ବା ଲାଇନ ଲଗାଇଛନ୍ତି ।

ଗ୍ରାମବାସୀଙ୍କ ଖାତାରେ ଆସିଛି ୧୦ ରୁ ୨୫ ହଜାର ଟଙ୍କା

ବର୍ଦ୍ଧମାନର କିଛି ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା ଆସିଲା ପରେ ସେମାନେ ସେହି ଟଙ୍କାକୁ ବାହାର କରିବା ପାଇଁ ପହଞ୍ଚିଲେ, କିନ୍ତୁ କାହାକୁ ଜଣା ନଥିଲା କି ଏହି ଟଙ୍କା କେଉଁଠୁ ଏବଂ କିଏ ଦେଇଛି ? କହିଦେଉଛୁ ଯେ ୟୂକୋ ବ୍ୟାଙ୍କ, ୟୂନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆ ଏବଂ ଏସବୀଆଈରେ ଥିବା ବ୍ୟାଙ୍କ ଖାତାରେ ଏହି ଟଙ୍କା ଆସୁଛି, ଏବଂ ୧୦ ରୁ ୨୫ ହଜାର ଟଙ୍କା ମଧ୍ୟରେ ଆସୁଛି । ବ୍ୟାଙ୍କର ମ୍ୟାନେଜର ଏହି କଥାକୁ ପୃଷ୍ଟି କରିଛନ୍ତି କିନ୍ତୁ ଏହା କହୁ ନାହାନ୍ତି କି ଏହା କେଉଁଠି ଏବଂ କାହିଁକି ଆସିଛି ।

କଣ ସରକାର ତରଫରୁ ପଠାଯାଇଛି ଏହି ଟଙ୍କା ?

ଗ୍ରାମର ଲୋକମାନେ କହୁଛନ୍ତି କି ଏହି ଟଙ୍କା ସରକାରଙ୍କ ତରଫରୁ ପଠା ଯାଇଛି । ଏହାକୁ ନେଇ ସେମାନେ ବହୁତ ଖୁସି ଅଛନ୍ତି । କିନ୍ତୁ ସରକାରଙ୍କ ତରଫରୁ ଏହି କଥା ଉପରେ କୌଣସି ପୃଷ୍ଟି କରାଯାଇ ନାହିଁ । କହି ଦେଉଛୁ ଯେ ଲୋକମାନଙ୍କର ସାହାର୍ଯ୍ୟ ପାଇଁ ସରକାର ଦେଇଛନ୍ତି ବୋଲି ଲୋକମାନେ ଭାବୁଛନ୍ତି ଏବଂ ସରକାରଙ୍କର ଧନ୍ୟବାଦ କରୁଛନ୍ତି ।

ବିଧାୟକ କହିଲେ

ଏହି ପୁରା ମାମଲା ଉପରେ କେତୁଗ୍ରାମର ବିଧାୟକ ସେଖ ଶାହନବାଜ କହିଛନ୍ତି କି ଏହି ଟଙ୍କାକୁ ମୋଦୀ ପଠାଇଛନ୍ତି, କାରଣ ସେ କହିଥିଲେ କି ଟଙ୍କା ଆସିବ ଏବଂ ବୋଧେ ତାହା ଆସିଛି । କହିଦେଉଛୁ ଯେ ଲୋକସଭା ଇଲେକ୍ସନ ସମୟରେ ପିଏମ ମୋଦୀ ଦେଶର ଜନତାଙ୍କୁ କହିଥିଲେ କି ତାଙ୍କର ସରକାର ହେଲେ ୧୫ ୧୫ ଲକ୍ଷ ଟଙ୍କା ସମସ୍ତଙ୍କ ବ୍ୟାଙ୍କ ଖାତାରେ ଆସିବ, କିନ୍ତୁ ପରେ ବିଜେପିର ବଡ ବଡ ନେତା ମାନେ ଏହାକୁ ଇଲେକ୍ସନର ଏକ ଜୁମଲା ବୋଲି କହିଥିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button