ଦେଶ- ବିଦେଶ

୩.୮ ଲକ୍ଷ ଟଙ୍କା ଅଟୋରେ ଭୁଲି ଯାଇଥିଲେ ଯାତ୍ରୀ, ଏତେ ଗୁଡିଏ ଟଙ୍କା ଦେଖି ଡ୍ରାଇଭର କଲା କିଛି ଏମିତି…

ପ୍ରାୟତଃ ଆପଣମାନେ ଲୋକମାନଙ୍କୁ କହୁଥିବାର ଶୁଣିଥିବେ କି ବର୍ତ୍ତମାନର ସମୟ ବିଲକୁଲ ଭଲ ନୁହେଁ, ଲୋକଙ୍କ ଉପରେ ଟିକେ ବି ବିଶ୍ଵାସ କରିବା ମୁର୍ଖାମି ହେବ । କହି ଦେଉଛୁ ଯେ ଆଜିକା ସମୟରେ ଟଙ୍କା ପାଇଁ ଭାଇ ଭାଇକି କଣ ଲୋକମାନେ ନିଜର ଜନ୍ମ ଦେଇଥିବା ମାକୁ ମଧ୍ୟ ମାରି ଦେଉଛନ୍ତି । ବର୍ତ୍ତମାନର କଳିଯୁଗରେ ଟଙ୍କା ବହୁତ ବଡ ଜିନିଷ ଅଟେ କିନ୍ତୁ ଏହି ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁମାନଙ୍କର ମଣିଷ ପଣିଆ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ବଞ୍ଚି ଅଛି ଏବଂ ସେହି ଲୋକମାନେ ନିଜର କାମ ଦ୍ଵାରା ଏହାକୁ ବଞ୍ଚାଇ ରଖିଛନ୍ତି ।

କିଛି ଏମିତି ହିଁ ହୋଇଛି ଏକ ଅଟୋରିକ୍ସାର ଡ୍ରାଇଭରଙ୍କ ସହିତ, ଯେତେବେଳେ ଭୁଲରେ ୩.୮ ଲକ୍ଷ ଟଙ୍କା ଅଟୋରେ ଭୁଲି ଯାଇଥିଲେ ପ୍ୟାସେଞ୍ଜର, ତେବେ ସେ ନିଜର ପୁରା ଜୋର ଲଗାଇଦେଲା ସେହି ଟଙ୍କାକୁ ସେହି ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କିନ୍ତୁ ସେ ଯଦି ଚାହିଁଥାନ୍ତେ ତେବେ ଚୁପଚାପ ସେହି ଟଙ୍କାକୁ ରଖି ଦେଇଥାନ୍ତେ କିନ୍ତୁ ଏମିତି ସେ କଲେ ନାହିଁ।

ଭୁଲେରେ ୩.୮ ଲକ୍ଷ ଟଙ୍କା ଅଟୋରେ ଭୁଲି ଯାଇଥିଲେ ପ୍ୟାସେଞ୍ଜର

ତାମିଲନାଡୁର ଚେନ୍ନାଇରେ ଗୋଟିଏ ଅଟୋରିକ୍ସାର ଡ୍ରାଇଭର ପୁଲିସ ପାଖରେ ୩.୮ ଲକ୍ଷ ଟଙ୍କା ଭର୍ତି ଥିବା ବ୍ୟାଗକୁ ଜମା କଲେ । ସେହି ଅଟୋ ଡ୍ରାଇଭର ଜଣକ କହିଲେ କି ଏହି ବ୍ୟାଗଟି ଜଣେ ପ୍ୟାସେଞ୍ଜରର ଅଟେ । ସେ ବୋଧେ କାର କିଣିବା ପାଇଁ ତାଙ୍କର ଅଟୋରେ ବସି ଗୋଟିଏ ଶୋରୁମ ପାଖରେ ଓହ୍ଲାଇଥିଲେ । ସେହି ଡ୍ରାଇଭର ପୁଲିସକୁ କହିଲେ କି ବୁଧବାର ସନ୍ଧ୍ୟାରେ ତାଙ୍କର ଅଟୋରେ ତୁତୀକୋରିନରୁ ମୋହମ୍ମଦ ଅଜହରୁଦ୍ଦୀନ ଏବଂ ଚିନ୍ମୟ ନଗରରୁ ଦୁଇ ଜଣ ବସିଲେ ।

ଯେତେବେଳେ ସେମାନେ ଅଟୋରୁ ଓହ୍ଲାଇଥିଲେ ନିଜର ଲାପଟପ ବ୍ୟାଗ ଅଟୋରେ ହିଁ ଭୁଲିଗଲେ ଏବଂ ଏକ ଶୋରୁମକୁ ଭିତରକୁ ଚାଲିଗଲେ । ସେ ନିଜର ଭଡା ନେଇ ଚାଲିଗେଲ ଏବଂ କିଛି ସମୟ ପରେ ତାଙ୍କର ନଜର ପଛରେ ଥିବା ବ୍ୟାଗ ଉପରେ ପଡିଲା । ସେ ସେହି ବ୍ୟାଗରେ ବହୁତ ଟଙ୍କା ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସଙ୍ଗେ ସଙ୍ଗେ ସେହି ଶୋରୁମ ପାଖକୁ ଗଲେ କିନ୍ତୁ ସେହି ସ୍ଥାନରୁ ସେମାନେ ଚାଲି ଯାଇଥିଲେ । ସେହି ଅଟୋ ଡ୍ରାଇଭର ସଙ୍ଗେ ସଙ୍ଗେ ପୁଲିସ ଷ୍ଟେସନ ଗଲା କିନ୍ତୁ ଭାଗ୍ୟ ବଶତଃ ଯେଉଁ ଲୋକର ଟଙ୍କା ହଜିଥିଲା ସେ ସେଠି ରିପୋର୍ଟ ଲେଖାଇବାକୁ ଯାଇଥିଲେ ।

ଡ୍ରାଇଭର ଜଣକ ପୁଲିସ ଷ୍ଟେସନକୁ ଯାଇ ସବୁ ଘଟଣା ଗୁଡିକ କହିଲା । ପୁଲିସ ଅଜହରୁଦ୍ଦୀନଙ୍କୁ ଡାକି ବ୍ୟାଗ ଦେଲେ ଏବଂ ଡ୍ରାଇଭରଙ୍କ ସହ ପରିଚୟ କରାଇଲେ । ଏବଂ ସେଠାରେ ଥିବା ସମସ୍ତ ପୁଲିସ ଅଧିକାରୀମାନେ ତାଳି ମାରି ତାଙ୍କୁ ଅଭିବାଦନ ଜଣାଇଲେ ।

ସହରର କମିଶନର କରିଲେ ସମ୍ମାନ

ଅଟୋରିକ୍ସାର ଡ୍ରାଇଭରଙ୍କର ଏହି କାମରେ ଖୁସି ହୋଇ ସହରର କମିଶନର ଏକେ ବିଶ୍ଵାନାଥମ ତାଙ୍କର ପ୍ରଶଂସା କରିଲେ, ତାଙ୍କୁ ଉପହାର ଦେଲେ ଏବଂ ତାଙ୍କୁ ସମ୍ମାନିତ ମଧ୍ୟ କରିଲେ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button