ଦେଶ- ବିଦେଶ
ଗୁଜରାଟର କଚ୍ଛରେ ଭୂକମ୍ପ ଝଟକା – Kalinga News

[ad_1]
ନୂଆଦିଲ୍ଲୀ :ଗୁଜରାଟର କଚ୍ଛ ଜିଲ୍ଲାରେ ଆଜି ୩.୩ ତୀବ୍ରତାର ଭୂକମ୍ପ ହୋଇଛି।ଆଜି ଭୋର ୧୨.୧୨ ସମୟରେ ଭୂକମ୍ପ ହୋଇଛି। ଖାୱଡ଼ାର ୨୨ କିମି ଦକ୍ଷିଣ ପୂର୍ବରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ତେବେ ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି କି ସମ୍ପତ୍ତି ନଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ କଚ୍ଛ ଜିଲ୍ଲା ସବୁଠୁ ଉଚ୍ଚ ବିପଦପୂର୍ଣ୍ଣ ସେସମିକ୍ ଜୋନରେ ଆସୁଛି। ଏହାର ନିୟମିତ ଭାବେ ଖୁବ୍ କମ୍ ତୀବ୍ରତାର ଭୂକମ୍ପ ବି ହୋଇଥାଏ। ଚଳିତ ମାସରେ ମଧ୍ୟ କଚ୍ଛରେ ୩ଟି ଭୂକମ୍ପ ହୋଇଛି। କଚ୍ଛରେ ମାର୍ଚ୍ଚ ୫ ତାରିଖରେ ୩.୨ ତୀବ୍ରତାର ଭୂକମ୍ପ ହୋଇଥିଲା ଏବଂ ମାର୍ଚ୍ଚ ୧୧ ତାରିଖରେ ୩.୫ ତୀବ୍ରତାର ଭୂକମ୍ପ ହୋଇଥିଲା।
[ad_2]