ଦେଶ- ବିଦେଶ

୩.୪ କୋଟିରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ଲଣ୍ଡନ : ମହୀଶୂରର ପୂର୍ବତନ ଶାସକ ଟିପୁ ସୁଲତାନ ବ୍ୟବହାର କରୁଥିବା ଗୋଟିଏ ଖଣ୍ଡା ବ୍ରିଟେନ୍‌ରେ ନିଲାମ କରାଯାଇଛି। ସେହି ଖଣ୍ଡାଟି ଭାରତୀୟ ମୁଦ୍ରାରେ ୩.୪ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ବ୍ରିଟିଶ ସେନା ବିରୋଧରେ ହୋଇଥିବା ଶ୍ରୀରଙ୍ଗାପଟ୍ଟନମ୍‌ ଯୁଦ୍ଧରେ ଟିପୁ ସୁଲତାନ ଏହି ଖଣ୍ଡା ବ୍ୟବହାର କରିଥିଲେ। ଏହି ଯୁଦ୍ଧରେ ଟିପୁ ସୁଲତାନଙ୍କ ମୃତ୍ୟୁ ହୋଇଥିଲା।

ଟିପୁ ସୁଲତାନ ବ୍ୟବହାର କରୁଥିବା ଖଣ୍ଡାଟିକୁ ସେତେବେଳର ବ୍ରିଟିଶ ସେନାର କ୍ୟାପଟେନ୍‌ ଜେମ୍ସ ଆଣ୍ଡ୍ର୍ୟୁ ଡିକ୍‌ଙ୍କୁ ପ୍ରଦାନ କରାଯାଇଥିଲା। ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ଖଣ୍ଡାଟି ଡିକ୍‌ଙ୍କ ପରିବାରରେ ରହିଥିଲା। କିଛିଦିନ ତଳେ ଡିକ୍‌ଙ୍କ ପରିବାର ତରଫରୁ ସେହି ଖଣ୍ଡାଟିକୁ ନିଲାମ ପାଇଁ ଏକ ସଂସ୍ଥାକୁ ପ୍ରଦାନ କରାଯାଇଥିଲା। ସୂଚନାଥାଉ କି ଟିପୁ ସୁଲତାନ ଓ କର୍ଣ୍ଣାଟକର ନବାବଙ୍କ ମଧ୍ୟରେ ହୋଇଥିବା ଏକ ଚୁକ୍ତିପତ୍ର କିଛିବର୍ଷ ପୂର୍ବେ ୩୮ ଲକ୍ଷରୁ ଅଧିକ ଟଙ୍କାରେ ନିଲାମ କରାଯାଇଥିଲା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button