ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ବରୁଣ ଗାନ୍ଧି – Kalinga News
[ad_1]

ନୂଆଦିଲ୍ଲୀ : ପିଲିଭିଟର ବିଜେପି ସାଂସଦ ବରୁଣ ଗାନ୍ଧିଙ୍କ ପ୍ରତି ଦଳ ଅନ୍ୟାୁୟ କରିଛି। ପଞ୍ଚମ ତାଲିକାରେ ବି ବିଜେପି ବରୁଣ ଗାନ୍ଧୀଙ୍କ ନାଁ ଘୋଷଣା କରିନାହିଁ। ଗୋଟିଏ ପଟେ ଦଳ ବରୁଣ ଗାନ୍ଧୀଙ୍କ ମା’ ମେନକା ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ସୁଲତାନପୁରରୁ ପ୍ରାର୍ଥୀ କରିଥିବାବେଳେ ବରୁଣ ଗାନ୍ଧିଙ୍କ ପ୍ରାର୍ଥୀତ୍ବ ନେଇ ଏଯାବତ ଅନିଶ୍ଚିତତା ଜାରି ରହିଛି। ବିଜେପି ଏହାର ପଞ୍ଚମ ତାଲିକାରେ ପିଲିଭିଟରୁ ବରୁଣ ଗାନ୍ଧିଙ୍କ ନାଁ ଘୋଷଣା କରିନାହିଁ। ୨୦୨୧ରେ ବିଜେପିରେ ଯୋଗ ଦେଇଥିବା ପୂର୍ବତନ କଂଗ୍ରେସ ନେତା ପ୍ରସାଦଙ୍କୁ ଦଳ ପିଲିଭିଟରୁ ଟିକେଟ ଦେଇଛି। ଏଥିପାଇଁ ବରୁଣ ଗାନ୍ଧି ନିର୍ବାଚନ ଲଢ଼ିବେନି ବୋଲି ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ କହିଥିବା ଜଣାପଡ଼ିଛି। କିନ୍ତୁ ବରୁଣ ଗାନ୍ଧି ନିଜେ ଏଯାବତ କୌଣସି ଟିପ୍ପଣୀ ରଖିନାହାନ୍ତି। ମିଳିଥିବା ସୂଚନାନୁଯାୟୀ ୪୪ ବର୍ଷୀୟ ବିଜେପି ନେତା ନିକଟରେ ତାଙ୍କ ସହଯୋଗୀଙ୍କ ଦ୍ବାରା ୪ ସେଟ୍ ପ୍ରାର୍ଥୀପତ୍ର କିଣିଥିଲେ ଏବଂ ତାଙ୍କର ସମସ୍ତ ଦଳୀୟ କର୍ମୀମାନଙ୍କୁ ନିର୍ବାଚନ ପ୍ରଚାର ପାଇଁ ପ୍ରତି ଗ୍ରାମରେ ୧୦ଟି ମୋଟରସାଇକେଲ୍ ଏବଂ ୨ଟି କାର୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି।
[ad_2]



