୫୦ସେକେଣ୍ଡର ବିଜ୍ଞାପନ ପାଇଁ ୫କୋଟି ନେଉଛନ୍ତି ନୟନତାରା – Kalinga News

[ad_1]
ମୁମ୍ବାଇ: ପୂର୍ବରୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ହିରୋଙ୍କ ପାରିଶ୍ରମିକ ହିରୋଇନଙ୍କ ତୁଳନାରେ ଅଧିକ ଥିଲା। ଏଥିସହିତ ହିରୋଙ୍କ ତୁଳନାରେ ଚଳଚ୍ଚିତ୍ରରେ ହିରୋଇନଙ୍କ ଭୂମିକା ମଧ୍ୟ କମ୍ ରହୁଥିଲା। କିନ୍ତୁ ଏବେ ପାରିଶ୍ରମିକ ହେଉ କିମ୍ବା ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ର ହେଉ, ଅଭିନେତ୍ରୀମାନଙ୍କୁ ସମାନ ଗୁରୁତ୍ୱ ଦିଆଯାଉଛି | ଫିଲ୍ମ ସହିତ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ଆୟ କରୁଛନ୍ତି ଅବିନେତ୍ରୀ | ଆଜି ଆମେ ସେଭଳି ଜଣେ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଭାରତରେ ସର୍ବାଧିକ ରୋଜଗାର କରୁଥିବା ଅଭିନେତ୍ରୀମାନଙ୍କ ମଧ୍ୟରେ ରହିଛନ୍ତି | ଅଭିନେତ୍ରୀ ୫୦ସେକେଣ୍ଡର ବିଜ୍ଞାପନ ପାଇଁ ୫ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ସାମ୍ନାକୁ ଆସିଛି |

Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ଆମେ ସାଉଥ ସୁପରଷ୍ଟାର ନୟନତାରାଙ୍କ ବିଷୟରେ କହୁଛୁ | ସିଏ ୫୦ସେକେଣ୍ଡର ବିଜ୍ଞାପନ ପାଇଁ ୫ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ସାମ୍ନାକୁ ଆସିଛି | ମନୋରଞ୍ଜନ କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରିବା ପୂର୍ବରୁ ନୟନତାରା ଜଣେ ମଡେଲ ଏବଂ ଟେଲିଭିଜନ ଉପସ୍ଥାପିକା ଭାବରେ କାର୍ଯ୍ୟ କରିଥିଲେ। ଜାତୀୟ ଗଣମାଧ୍ୟମ ନ୍ୟୁଜ୍ ୧୮ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ନୟନତାରା ଟାଟା ସ୍କାଏ ପାଇଁ ୫୦ସେକେଣ୍ଡର ବିଜ୍ଞାପନ କରିବାକୁ ୫କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ। ଏହି ବିଜ୍ଞାପନର ସୁଟିଂ ଦୁଇ ଦିନ ମଧ୍ୟରେ କରାଯାଇଥିଲା ଏବଂ ତାମିଲ, ତେଲୁଗୁ, ମାଲାୟାଲମ୍ ଓ କନ୍ନଡର ଭାଷାରେ ମୁକ୍ତିଲାଭ କରିଥିଲା | ତେବେ ବିଜ୍ଞାପନ ପାଇଁ ୫କୋଟି ନେଉଥିବା ନୟନତାରା ଫିଲ୍ମ ପାଇଁ ୧୦କୋଟି ଟଙ୍କା ପାରିଶ୍ରମିକ ନେଉଥିବା ସାମ୍ନାକୁ ଆସିଛି |
[ad_2]