ରାଜନୀତି

ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗୋ – Kalinga News

[ad_1]

ଭୁବନେଶ୍ବର/ଗୁଣପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗୋ ଆଜି ନିଜର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି। ଏଥିପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଶ୍ରୀ ଗମାଙ୍ଗୋଙ୍କ ସହ ନଚିକେତା ସାହୁ, ବାବୁ ପାତ୍ର, ଲାଲି ସାହୁ, ସୁନୀଲ ଶବର, ମାଧବ ନାଗ, ବି ମୁରଲୀ, ଏମ୍ ନୀଳମଣି, ମଧୁସୂଦନ ଶବର, ଚନ୍ଦନ ଶବର ଦଳରେ ସାମିଲ ହୋଇଛନ୍ତି। ଏହାସହ ଯାଜପୁର ଜିଲ୍ଲାର ସମାଜସେବୀ ଦୀପ୍ତିରଞ୍ଜନ ମହାରଣା ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି।

ନିଜ ପ୍ରତିକ୍ରିୟାରେ ଶ୍ରୀ ଗମାଙ୍ଗୋ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛି। ଯେଉଁ ଦଳରେ ସମ୍ମାନ, ସ୍ୱାଭିମାନ ଓ ମର୍ଯ୍ୟାଦା ନାହିଁ ସେହି ଦଳରେ ରହି ଲୋକଙ୍କ ସେବା କରିବା ଅସମ୍ଭବ। ୨୪ବର୍ଷର ବିଜୁ ଜନତା ଦଳରେ ଏହା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ମୋଦୀଜୀ ଶାସନରେ ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଉଥିବା ସେ କହିଥିଲେ। ବିଜେପି ସଭାପତି ଶ୍ରୀ ସାମଲ କହିଥିଲେ, ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ନିର୍ବାଚିତ ଜନପ୍ରତିନିଧିମାନଙ୍କ କ୍ଷମତାକୁ ସଙ୍କୁଚିତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ବହୁ ଗରୀବ କଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ବୟନ ହୋଇଛି। ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ହେବ ବୋଲି ସେ କହିଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ, ସରୋଜ କର, ସୁଜିତ କୁମାର ଦାସ, ରାଜେନ୍ଦ୍ର ପଣ୍ଡା, ଧୀରେନ ସେନାପତି ଓ ବ୍ରଜକିଶୋର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button