ରାଜନୀତି

ବାଲେଶ୍ୱରରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲୋକସଭା ନିର୍ବାଚନ ଳଢ଼ିବି: ଖାରବେଳ ସ୍ୱାଇଁ – Kalinga News

[ad_1]

ବାଲେଶ୍ୱର: ବିଜେପି ପକ୍ଷରୁ ବାଲେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଘୋଷଣା ହେବା ପରେ କ୍ଷୁବ୍ଧ ହୋଇଛନ୍ତି ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ। ସେ ଆଜି  ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ସ୍ବାଧୀନ ପ୍ରାର୍ଥୀ ଭାବେ ମୁଁ ବାଲେଶ୍ୱର ଲୋକସଭା ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବି। ବାଜପେୟୀଙ୍କ ଫଟୋ ରଖି ଭୋଟ୍ ମାଗିବି। ବିଜେପିର ବିକାଶ କଥା କହି ଲୋକଙ୍କ ପାଖକୁ ଯିବି। କିନ୍ତୁ ମୁଁ ଦଳରୁ ଇସ୍ତଫା ଦେବି ନାହିଁ।

ଗତଥର ଖାରବେଳ ସ୍ୱାଇଁ କନ୍ଧମାଳ ଲୋକସଭା ଆସନରୁ ବିଜେପିରୁ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ଚଳିତ ଥର କିନ୍ତୁ ସେ କନ୍ଧମାଳରୁ ଲଢିବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ। ଏଥର ବାଲେଶ୍ୱର ଲୋକସଭା ଆସନ ପାଇଁ ଖାରବେଳ ଆଶାୟୀ ଥିଲେ। ଏପରିକି ବାଲେଶ୍ୱରରୁ ଲଢିବାକୁ ଇଚ୍ଛା ଥିବା ନେଇ ଦଳର ନେତୃତ୍ୱଙ୍କୁ ଜଣାଇଥିଲେ। କିନ୍ତୁ ଗତକାଲି ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଖାରବେଳଙ୍କର ନାଁ ନଥିଲା। ପୁଣିଥରେ ଦଳ ପ୍ରତାପ ଷଡଙ୍ଗୀଙ୍କ ଉପରେ ଭରସା କରିଛି। ପ୍ରାର୍ଥୀ ତାଲିକା ଆସିବା ପରେ ଖାରବେଳ ସ୍ୱାଧୀନ ଭାବେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ହେଲେ ଏନେଇ ପ୍ରତାପ ଷଡ଼ଙ୍ଗୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button