ରାଜନୀତି

ଏଥର ଗୁଜୁରାଟରେ ହାରିବ ବିଜେପି, ସରକାର କରିବ କଂଗ୍ରେସ

ଏଥର ଗୁଜୁରାଟରେ ହାରିବ ବିଜେପି। ସରକାର କରିବ କଂଗ୍ରେସ। ଲୋକସଭାରେ ଯେଭଳି ଢଙ୍ଗରେ ଲଢ଼ିଥିଲେ, ଗୁଜରାଟ ବିଧାନସଭା ନିର୍ବାଚନରେ ବି ସେମିତି ଲଢ଼ିବା ବୋଲି ଗୁଜରାଟ ଗସ୍ତରେ ଥିବା ରାହୁଲ ଗାନ୍ଧୀ ଦଳୀୟ କର୍ମକର୍ତ୍ତାଙ୍କୁ ଅପିଲ୍ କରିଛନ୍ତି। ଦଳୀୟ ଇସ୍ତାହାର ଗୁଜରାଟ ଜନତାଙ୍କ ସ୍ୱାର୍ଥରେ ହେବ। ଯଦି ଭଗବାନଙ୍କ ସହ ମୋଦିଙ୍କ  ସିଧା ସମ୍ପର୍କ ଅଛି। ତା ହେଲେ ଅଯୋଧ୍ୟାରେ କାହିଁକି ବିଜେପି ହାରିଗଲା ବୋଲି ମୋଦିଙ୍କ ଆଡ଼କୁ ଇଙ୍ଗିତ କରି ପଚାରିଛନ୍ତି ରାହୁଲ। ଯିଏ ନିଜକୁ ନନ-ବାୟୋଲୋଜିକାଲ କହୁଛନ୍ତି, ସେ ଜନତାଙ୍କୁ କେମିତି ବାୟୋଲୋଜିକାଲ ବୁଝାଉଛନ୍ତି। ସେ କେମିତି କାହାକୁ ରାସ୍ତା ଦେଖାଇବେ। ଡରିବାନି କି ଡରାଇବାନି ବୋଲି ମହାତ୍ମା ଗାନ୍ଧୀ ଦେଖାଇଥିବା ରାସ୍ତାରେ ଚାଲିବା ବୋଲି କହିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଏତକ କରିଦେଲେ ଅଯୋଧ୍ୟାରେ ବିଜେପି ହାରିଥିଲା ଭଳି ଗୁଜରାଟରେ ବି ହାରିବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button