ରାଜନୀତି

ନେତାଙ୍କ ଅଙ୍କ ବିଗାଡ଼ୁଛି ନାକଚ ଓ ନୋଟା ଭୋଟ୍ – Kalinga News

[ad_1]

ପ୍ରଦୀପ ପାଢ଼ୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ନେତାଙ୍କ ଅଙ୍କ ବିଗାଡ଼ୁଛି ନାକଚ ଓ ନୋଟା ଭୋଟ୍। ଉଭୟ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ନାକଚ ଓ​ ନୋଟା ଭୋଟ ହାର୍ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବାରୁ ଆଗାମୀ ନିର୍ବାଚନରେ ଏହାକୁ କମାଇବାକୁ ବୁଥ୍‌ୱାରୀ ସଚେତନତା ରଥ ବୁଲିବ । ଲୋକେ ଇଭିଏମ୍‌ରେ କିପରି ଭୋଟ ଦେବେ ସେ ନେଇ ଅଭ୍ୟାସ କରିବେ। ନାକଚ, ନୋଟା ଭୋଟ ପଛର ମୁଖ୍ୟ କାରଣ ନିରକ୍ଷରତା ଏବଂ ଏହା ଜିଲ୍ଲା ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ବିଶେଷଜ୍ଞ କହିଛନ୍ତି। ଯେଉଁଥି ପାଇଁ ବହୁ ଭଲ ପ୍ରାର୍ଥୀ ପରାଜୟର ରାସ୍ତା ଦେଖୁଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ, ୨୦୨୨ ପଞ୍ଚାୟତ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ନାକଚ ​ଭୋଟ ସଂଖ୍ୟା ଥିଲା ୩୭ ହଜାର ୯୩୧ ଖଣ୍ଡ। ଏହା କେବଳ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ରିପୋର୍ଟ। ଯାହା ଜିଲ୍ଲାର ମୋଟ ଭୋଟ ପ୍ରତିଶତର ୫.୭ ପ୍ରତିଶତ। ବ୍ଲକ୍‌ୱାରୀ ନାକଚ ଭୋଟ ଦେଖିଲେ ସବୁଠାରୁ କମ୍ ଚନ୍ଦାହାଣ୍ଡି ବ୍ଲକରେ ୧୬୪୨ ଖଣ୍ଡ ପଡ଼ିଥିଲା। ସେହିପରି ଡାବୁଗାଁ ବ୍ଲକରେ ୨୩୮୮, ଝରିଗାଁ ବ୍ଲକରେ ୫୦୮୯, କୋଷାଗୁମୁଡ଼ା ବ୍ଲକ୍‌ରେ ୫୫୭୪, ନବରଙ୍ଗପୁର ବ୍ଲକ୍‌ରେ ୨୦୪୮, ନନ୍ଦାହାଣ୍ଡି ବ୍ଲକ୍‌ରେ ୨୦୩୩, ପାପଡ଼ାହାଣ୍ଡି ବ୍ଲକ୍‌ରେ ୩୭୫୦, ରାଇଘର ବ୍ଲକ୍‌ରେ ୬୬୮୪ , ତେନ୍ତୁଳିଖୁଣ୍ଟି ବ୍ଲକ୍‌ରେ ୨୨୪୬, ଉମରକୋଟ ବ୍ଲକ୍‌ରେ ୬୪୭୭ ଖଣ୍ଡ ଭୋଟ ନାକଚ ହୋଇଥିଲା। ୨୦୧୯ ସାଧାରଣ ନିର୍ବାଚନରେ ନବରଙ୍ଗପୁର ସଂସଦୀୟ କ୍ଷେତ୍ର‌ରେ ନୋଟା ଭୋଟ ସଂଖ୍ୟା ଥିଲା ୪୪ ହଜାର ୫୮୨। ସେଥିମଧ୍ୟରୁ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୫ ହଜାର ୪୪୨ ଖଣ୍ଡ, ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬ ହଜାର ୪୦୫ ଖଣ୍ଡ, ଝରିଗାଁ ନିର୍ବାଚନ ମଣ୍ଡଳୀରେ ୮ ହଜାର ୨୦୩ ଖଣ୍ଡ, ଉମରକୋଟ ନିର୍ବାଚନ ମଣ୍ଡଳୀରେ ୬ ହଜାର ୪୭୬ ଖଣ୍ଡ ଭୋଟ ନୋଟାକୁ ଯାଇଥିଲା। ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୋଟାରେ ପଡ଼ିଥିବା ଭୋଟହାରକୁ ନେଇ ଚର୍ଚ୍ଚା ହୋଇଥିଲା। ୨୦୨୨ ପଞ୍ଚାୟତ ନିର୍ବାଚନରେ ନାକଚ ଭୋଟ ନୋଟା ଭୋଟଠାରୁ ବି ବଳିଗଲା। ୨୦୧୧ ଜନଗଣନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାରେ ସାକ୍ଷରତା ହାର ୪୬. ୪ ପ୍ରତିଶତ ରହିଥିବା ବେଳେ ପୁରୁଷ ସାକ୍ଷରତା ହାର ୫୭.୩ ଓ ମହିଳା ସାକ୍ଷରତା ହାର ୩୫.୮ ରହିଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button