ସିଲି ପଏଣ୍ଟ୍: ମୁଥୁଲାନଙ୍କ ୟର୍କର ଦେଖି ଧୋନି ବିଭୋର – Kalinga News

[ad_1]
ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନେଟ୍ସରେ ବୋଲିଂ କରିବା ଲାଗି ଶ୍ରୀଲଙ୍କାର ଜଣେ କନିଷ୍ଠ ବୋଲରଙ୍କୁ ନିମନ୍ତ୍ରଣ କରିଛନ୍ତି। କୁଗାଦାସ ମୁଥୁଲାନ ନାମକ ଏହି ବୋଲରଙ୍କ ଏକ ଭିଡିଓ ଦେଖି ଧୋନି ଏହି ନିଷ୍ପତ୍ତି ନେଇଛନ୍ତି। ସେଣ୍ଟ୍ ଜନ୍ସ କଲେଜ ଓ ଜାଫ୍ନା ସେଣ୍ଟ୍ରାଲ କଲେଜ ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ମୁଥୁଲାନଙ୍କ ୟର୍କର ବଲ୍ ପ୍ରତିପକ୍ଷ ବ୍ୟାଟର୍ଙ୍କୁ ତଳେ ପକାଇବା ସହ ବୋଲ୍ଡ କରି ଦେଇଥିଲା। ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ଧୋନିଙ୍କ ନଜରକୁ ଆସିଥିଲା। ଜାଫ୍ନାର ଏହି ୧୭ ବର୍ଷୀୟ ବୋଲରଙ୍କ ଏହି ଚମତ୍କାର ବଲ୍ ଧୋନିଙ୍କୁ ବିମୋହିତ କରିଛି। ମୁଥୁଲାନଙ୍କ ବୋଲିଂ ଶୈଳୀ ସଂପ୍ରତି ମୁମ୍ବାଇ ଇଣ୍ଡିଆନ୍ସର ବୋଲିଂ ପ୍ରଶିକ୍ଷକ ଥିବା ଲସିତ ମାଲିଙ୍ଗାଙ୍କ ଭଳି ରହିଛି। ଶ୍ରୀଲଙ୍କା କିଂବଦନ୍ତିଙ୍କ ଭଳି ମୁଥୁଲାନ ମଧ୍ୟ ଅଣଆନୁଷ୍ଠାନିକ ରାଉଣ୍ଡ ଆର୍ମରେ ବୋଲିଂ କରୁଛନ୍ତି। ଶ୍ରୀଲଙ୍କା ଦ୍ରୁତବୋଲର ମଥିଶା ପଥିରଣା ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ଅଛନ୍ତି। ୫ ଥର ଆଇପିଏଲ୍ ବିଜେତା ସିଏସ୍କେ ମାର୍ଚ୍ଚ ୨୨ ଉଦ୍ଘାଟନୀ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଘରୋଇ ପଡ଼ିଆ ଚେନ୍ନାଇରେ ଖେଳିବ।
[ad_2]