ହାଇକୋର୍ଟରୁ ଝଟ୍କା ମିଳିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ କେଜ୍ରିୱାଲ୍ – Kalinga News

[ad_1]
ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହେବା ପରେ ସେ ଦିଲ୍ଲୀ ହାଇକୋର୍ଟରେ ଗିରଫଦାରୀ ବିରୋଧରେ ଆବେଦନ କରିଥିଲେ।

Sambad is now on WhatsApp
Join and get latest news updates delivered to you via WhatsApp
ଚ୍ୟାଲେଞ୍ଜର ଗୋଟିଏ ଦିନ ପରେ ଦିଲ୍ଲୀ ହାଇକୋର୍ଟ ଏହାକୁ ଖାରଜ କରି ଆମ୍ ଆଦମୀ ପାର୍ଟି (ଆପ୍) ସୁପ୍ରିମୋଙ୍କୁ ଏକ ବଡ଼ ଧରଣର ଝଟ୍କା ଦେଇଛନ୍ତି। ହାଇକୋର୍ଟରୁ ଝଟ୍କା ପାଇବା ପରେ କେଜ୍ରିୱାଲ୍ ଏବେ ସୁପ୍ରିମ୍କୋର୍ଟଙ୍କ ଶରଣରେ ପଶିଛନ୍ତି।
ଇଡିର ଗିରଫଦାରୀକୁ ବୈଧ ଦର୍ଶାଇ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ କେଜ୍ରିୱାଲ ଏହି ଅପରାଧରେ ଅନ୍ୟମାନଙ୍କ ସହ ମିଶି ଷଡ଼୍ଯନ୍ତ୍ର କରିଥିଲେ ଏବଂ ଅପରାଧର ଆୟ ବ୍ୟବହାର କରିଥିଲେ। ଏସଂପର୍କରେ ଇଡି ପାଖରେ ଠୋସ ପ୍ରମାଣ ରହିଛି।
ଗତକାଲି ହାଇକୋର୍ଟ କେଜ୍ରିୱାଲଙ୍କ ଆବେଦନ ଖାରଜ କରିଥିବାରୁ ପୂର୍ବରୁ ଦିଲ୍ଲୀ ରାଉଜ୍ ଆଭେନ୍ୟୁ କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ସେ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ତିହାର ଜେଲ୍ରେ ରହିବେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାଇକୋର୍ଟରେ ଉପସ୍ଥାପନ କରିଥିବା ତଥ୍ୟ ଅନୁଯାୟୀ, ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ତାଙ୍କର ଅନ୍ୟ ସହଯୋଗୀମାନଙ୍କ ସହ ମିଶି ଷଡ଼୍ଯନ୍ତ୍ର କରିଥିଲେ ଏବଂ ପୂରା ମାମଲାରେ ମୁଖ୍ୟ ସେ ସଂଚାଳକ ଥିଲେ। ଏହି ଅପରାଧରୁ ମିଳିଥିବା ଅର୍ଥକୁ ମଧ୍ୟ ସେ ବ୍ୟବହାର କରିବାରେ ସାମିଲ ଥିବା ନେଇ ବଳିଷ୍ଠ ପ୍ରମାଣ ହାସଲ ହୋଇଥିବାରୁ ଇଡି କେଜ୍ରିୱାଲଙ୍କୁ ମାମଲାର ‘କିଙ୍ଗ୍ପିନ୍’ ବୋଲି କହିଛି।
[ad_2]