ମନୋରଞ୍ଜନ

ରାମାୟଣ ପାଇଁ କଳାକାର ନେଇଥିବା ପାରିଶ୍ରମିକ କରିବ ଆଶ୍ଚର୍ଯ୍ୟ – Kalinga News

[ad_1]

ମୁମ୍ବାଇ: ହିନ୍ଦୁମାନଙ୍କ ଆରାଧ୍ୟ ଦେବତା ଶ୍ରୀରାମଙ୍କ ଉପରେ ଆଧାରିତ ରାମାନନ୍ଦ ସାଗରଙ୍କ ଟେଲିଭିଜନ ସୋ’ ‘ରାମାୟଣ’ର ଲୋକପ୍ରିୟତା ଖୁବ ରହିଛି। ‘ରାମାୟଣ’କୁ ଆଜି ବି ଲୋକମାନେ ସେତିକି ଭଲ ପାଇବା ଦେଉଛନ୍ତି ଯେତିକି ପ୍ରଥମ ପ୍ରସାରଣ ସମୟରେ ଦେଇଥିଲେ। ପରେ ରାମାୟଣକୁ ନେଇ ଅନେକ ନିର୍ମାତା ଫିଲ୍ମ ଓ ଧାରାବାହିକ ନିର୍ମାଣ କରିଥିଲେ ବି ତାହା ସେତେଟା ଲୋକପ୍ରିୟ ହୋଇପାରିନାହିଁ। ଗତ ବର୍ଷ ଓମ ରାଉତଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଦିପୁରୁଷ’ ରିଲିଜ୍ ହୋଇଥିବା ବେଳେ ଲେ‌ାକେ ରାମାନନ୍ଦ ସାଗରଙ୍କ ରାମାୟଣ ପୁଣି ଥରେ ଦେଖିବାକୁ ପସନ୍ଦ କରିଥିଲେ।

ତେବେ ଦୀର୍ଘ ବର୍ଷ ପରେ ବି ନିଜ ଅଭିନୟ ବଳରେ ଦର୍ଶକଙ୍କ ମନରେ ଘର କରି ରହିଥିବା ‘ରାମାୟଣ’ର କଳାକାର କେତେ ଟଙ୍କା ପାରିଶ୍ରମିକ ନେଇଥିଲେ ଆପଣ ଜାଣନ୍ତି କି? ଯଦି ଆମେ ପ୍ରଭୁ ଶ୍ରୀରାମଙ୍କ ଭୂମିକ‌ାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କ ପାରିଶ୍ରମିକ କଥା କହିବା, ତେବେ ସେ ପୂରା ଧାରାବାହିକ ପାଇଁ ୪୦ଲକ୍ଷ ଟଙ୍କା ନେଇଥିଲେ। ଏହା ସହ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ୨୦ଲକ୍ଷ, ମହାବଲୀ ହନୁମାନଙ୍କ ଭୂମିକାରେ କାମ କରିଥିବା ଦାରା ସିଂହ ୩୫ଲକ୍ଷ ଟଙ୍କା, ରାବଣଙ୍କ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀ ୩୦ଲକ୍ଷ, ଓ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ୨୫ଲକ୍ଷ ଟଙ୍କା ପାରିଶ୍ରମିକ ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button