ରିଲିଜ ହେଲା ରାମାୟଣ ଫିଲ୍ମ ଟ୍ରେଲର, ଇଭେଣ୍ଟରେ ସାମିଲ ହେଲେ ବଡ଼ ବଡ଼ ଷ୍ଟାର

ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର “ରାମାୟଣ” ପାଇଁ ଦର୍ଶକମାନେ ବେଶ୍ ଉତ୍ସାହିତ ରହିଛନ୍ତି । ଆଗାମୀ ଚଳଚ୍ଚିତ୍ର ରାମାୟଣର ଟ୍ରେଲର ରିଲିଜ୍ ହୋଇଛି । ଗତକାଲି ରାତିରେ ଚଳଚ୍ଚିତ୍ରର ଟ୍ରେଲର ଲଞ୍ଚ ଇଭେଣ୍ଟରେ ଅନେକ ଷ୍ଟାର ସାମିଲ ହୋଇଥିଲେ । ଯାହାର ଫଟୋ ସୋସିଆଲ ମିଡିଆରେ ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଟ୍ରେଲର ଲଞ୍ଚ ଇଭେଣ୍ଟରରେ ରାମ, ଲକ୍ଷ୍ମଣ, ସୀତା ଏବଂ ଶୁର୍ପଣଖା ଭୂମିକାରେ ଅଭିନୟ କରୁଥିବା ଷ୍ଟାରମାନେ ଏକାଠି ନଜର ଆସିଥିଲେ । ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଟ୍ରେଲର ଲଞ୍ଚ ଇଭେଣ୍ଟରେ କଳା କୋଟ୍ ଏବଂ ପ୍ୟାଣ୍ଟ ପିନ୍ଧି ଡ୍ୟାସିଂ ଲୁକରେ ନଜର ଆସିଥିଲେ ରଣବୀର । ଯାହା ତାଙ୍କ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସେହିପରି ସୀତାଙ୍କ ଭୂମିକାରେ ସାଇ ପଲ୍ଲବୀ ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ସେ ଟ୍ରେଲର ଲଞ୍ଚ ଇଭେଣ୍ଟରେ ଗୋଲ୍ଡେନ୍ ଏବଂ ମେରୁନ କଲରର ଶାଢୀ ସହିତ କୁଞ୍ଚକୁଞ୍ଚିଆ ହେୟାର ଷ୍ଟାଇଲରେ ସୁନ୍ଦର ଦିଶୁଥିଲେ । ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ରବି ଦୁବେଙ୍କ ଚରିତ୍ର ପ୍ରଥମ ଥର ପାଇଁ ପ୍ରକାଶ ପାଇଛି । ଏହି ଇଭେଣ୍ଟରେ ବ୍ଲେଜର ଓ ପ୍ୟାଣ୍ଟ ପିନ୍ଧି ହ୍ୟାଣ୍ଡସମ୍ ଲୁକରେ ନଜର ଆସିଛନ୍ତି ।
ଏମାନଙ୍କ ସମେତ ଏହି ଫିଲ୍ମରେ ଶୁପଣେଖା ଭୂମିକାରେ ଅଭିନୟ କରୁଥିବା ରାକୁଲ ପ୍ରୀତ ସିଂ ଟ୍ରେଲର ଲଞ୍ଚ ଇଭେଣ୍ଟରେ ହଳଦିଆ ଶାଢୀରେ ପିନ୍ଧି ଖୋଲା କେଶରେ ତାଙ୍କ ଲୁକକୁ କମ୍ପ୍ଲିଟ୍ କରିଥିଲେ । ବିଭୀଷଣ ଭୂମିକାରେ ଅଭିନୟ କରୁଥିବା ବିବେକ ଓବରେୟ ମଧ୍ୟ ଟ୍ରେଲର ଲଞ୍ଚ ଇଭେଣ୍ଟରେ ହ୍ବାଇଟ୍ ଡ୍ରେସ ପିନ୍ଧି କ୍ଲାସି ଲୁକରେ ନଜର ଆସିଥିଲେ । ଏହି ବଡ଼ ବଡ଼ ଷ୍ଟାରଙ୍କ ବ୍ୟତୀତ ଫିଲ୍ମ ଡାଇରେକ୍ଟର କରଣ ଜୋହର ମଧ୍ୟ ଇଭେଣ୍ଟରେ ସାମିଲ ହୋଇଥିଲେ । ସେ ହ୍ବାଇଟ୍ ଡ୍ରେସ ପିନ୍ଧି ପୋଜ୍ ଦେଉଥିବା ଦେଖିବାକୁ ମିଳିଥିଲା । ନିତେଶ ତିୱାରୀଙ୍କୁ ଇଭେଣ୍ଟରେ ବ୍ରାଉନ୍ କଲରର ବ୍ଲେଜର ଏବଂ ପ୍ୟାଣ୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଯଦି ଏହି ଫିଲ୍ମର ରିଲିଜ କଥା କୁହାଯାଏ ତେବେ ଏହା ଦୀପାବଳିରେ ରିଲିଜ ହେବ ବୋଲି ଜଣାପଡୁଛି । ଏହାର ଦ୍ବିତୀୟ ଭାଗ ୨୦୨୭ରେ ରିଲିଜ ହେବ ।




