ଖେଳ ଖବର

ଏମଆଇକୁ ୫ଥର ଆଇପିଏଲ ଜିତାଇଥିବା ଅଧିନାୟକଙ୍କୁ ହଟାଇବା ଆଶ୍ଚର୍ଯ୍ୟଜନକ ଥିଲା: ଯୁବରାଜ – Kalinga News

[ad_1]

ନୂଆଦିଲ୍ଲୀ: ଗୁଜରାଟ ଟାଇଟନ୍ସକୁ ପ୍ରଥମ ଆଇପିଏଲ୍‌ ଟ୍ରଫି ଜିତାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ସହ ସାମିଲ ହେଉଛନ୍ତି। ହାର୍ଦିକଙ୍କୁ ଟ୍ରେଡିଂ ଜରିଆରେ ଆଣିବା ପରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ତାଙ୍କୁ ନେତୃତ୍ବ ଦେଇଛି। ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଦାୟିତ୍ବମୁକ୍ତ କରାଯିବା ସହ ପାଣ୍ଡ୍ୟାଙ୍କୁ ପରବର୍ତ୍ତୀ ଅଧିନାୟକ ଘୋଷଣା କରିଥିଲା ଏମଆଇ। ରୋହିତ ୨୦୧୩ରେ ରିକି ପଣ୍ଟିଂଙ୍କଠାରୁ ମୁମ୍ବାଇ ଇଣ୍ଡିଆନ୍ସ ନେତୃତ୍ବ ଭାର ଗ୍ରହଣ କରିଥିଲେ। ରୋହିତଙ୍କ ଅଧିନରେ ମୁମ୍ବାଇ ୫ଥର ଆଇପିଏଲ୍‌ ବିଜେତା ହୋଇଥିଲା। ଏହା ସତ୍ତ୍ବେ ବି ହାର୍ଦ୍ଦିକଙ୍କୁ ଅଧିନାୟକ କରାଯିବ‌ା ପରେ ରୋହିତଙ୍କ ପ୍ରଶଂସକଙ୍କୁ ଏହା ପସନ୍ଦ ଆସିନଥିଲା।

ଏବେ ଏମଆଇର ଏହି ନିଷ୍ପତ୍ତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ସେ କହିଛନ୍ତି ଯେ, “ରୋହିତ ଶର୍ମା ଜଣେ ଅଧିନାୟକ ଭାବରେ ଏମଆଇକୁ ୫ଥର ଆଇପିଏଲ ଟ୍ରଫି ଜିତାଇଥିଲେ। ତାଙ୍କୁ ହଟାଇବା ଏକ ବଡ ନିଷ୍ପତ୍ତି ଥିଲା ନିଶ୍ଚୟ। ମୁଁ ଏମଆଇ ସ୍ଥାନରେ ଥିଲେ ବି ହାର୍ଦ୍ଦିକଙ୍କୁ ଦଳକୁ ଆଣିଥାନ୍ତି। କିନ୍ତୁ ଅଧିନାୟକ ଭାବରେ ନୁହେଁ। ହାର୍ଦ୍ଦିକଙ୍କୁ ଆଣିବା ପରେ ମୁଁ ରୋହିତଙ୍କୁ ଅଧିନାୟକ ଭାବେ ଆଇପିଏଲ-୨୦୨୪ ଖେଳିବାକୁ ଦେଇଥାନ୍ତି ଏବଂ ହାର୍ଦ୍ଦିକଙ୍କୁ ଉପ-ଅଧିନାୟକ କରିଥାନ୍ତି। ଏହା ପରେ ପୁରା ଫ୍ରାଞ୍ଚାଇଜ୍ କିପରି କାମ କରୁଛି ତାହା ଦେଖିଥାନ୍ତି। ହେଲେ ମୁଁ ଫ୍ରାଞ୍ଚାଇଜର ଦୃଷ୍ଟିକୋଣ ମଧ୍ୟ ବୁଝିପାରୁଛି। ସେମାନଙ୍କୁ ଫ୍ରାଞ୍ଚାଇଜର ଭବିଷ୍ୟତ ବି ଦେଖିବାକୁ ପଡିବ ।”



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button