ଖେଳ ଖବର

ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌: ସବୁ ଭାରତୀୟଙ୍କ ମ୍ୟାଚ୍‌ ଅମୀମାଂସିତ – Kalinga News

[ad_1]

ଟ‌ରଣ୍ଟୋ: ଏଠାରେ ଆରମ୍ଭ ହୋଇଥିବା ଫିଡେ କ୍ୟାଣ୍ଡିଡେଟ୍ସ ଚେସ୍‌ରେ ସମସ୍ତ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଥମ ରାଉଣ୍ଡ ମ୍ୟାଚ୍‌ ଅମୀମାଂସିତ ରହିଛି। ପୁରୁଷରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌ ପ୍ରଜ୍ଞାନନ୍ଦ, ଡି ଗୁକେଶ, ବିଦିତ ଗୁଜରାଟୀ, ମହିଳାରେ ଆର୍‌ ବୈଶାଳୀ, କେ ହମ୍ପି ପ୍ରଥମ ରାଉଣ୍ଡରୁ ଅଧା ପଏଣ୍ଟ ପାଇ ଅଭିଯାନ ଆରମ୍ଭ କରିଛନ୍ତି। ଫ୍ରାନ୍ସର ଫିରୌଜା ଅଲିରେଜାଙ୍କ ସହିତ ପ୍ରଜ୍ଞାନନ୍ଦ ଅମୀମାଂସିତ ରଖିଥିଲା ବେଳେ ଗୁକେଶ ଓ ଗୁଜରାଟୀଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରୁ ଫଳାଫଳ ଆସି ନଥିଲା। ଏହି ବର୍ଗରେ ଆମେରିକାର ଫାବିନୋ କାରୁଆନା ଓ ହିକାରୁ ନାକାମୁରା ଏବଂ ଆଜୈରବୈଜାନ୍‌ର ନିଜତ ଅବାସୋଭ୍‌ ଓ ଇଆନ୍‌ ନେପୋମନିଆଚଚିଙ୍କ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ମଧ୍ୟ ଅମୀମାଂସିତ ରହିଥିଲା।

ମହିଳା ବର୍ଗରେ ବୈଶାଳୀ ଓ ହମ୍ପି ପରସ୍ପରକୁ ଭେଟିଥିଲା ବେଳେ ଅମୀମାଂସିତ ମ୍ୟାଚ୍‌ରୁ ଉଭୟ ଅଧା ପଏଣ୍ଟ ବାଣ୍ଟି ନେଇଥିଲେ। ଅନ୍ୟମ୍ୟାଚ୍‌ଗୁଡ଼ିକ ମଧ୍ୟରେ ଚୀନ୍‌ର ଟିଙ୍ଗଜି ଲେଇ ନିଜ ଦେଶର ଝୋଙ୍ଗି ଟାନ୍‌ଙ୍କଠୁ ପରାଜିତ ହୋଇଥିଲା ବେଳେ ୟୁକ୍ରେନ୍‌ର ଆନ୍ନା ମୁଜିଚୁକ୍‌-ବୁଲଗେରିଆର ନୁରଗ୍ୟୁଲ୍‌ ସାଲିମୋଭା ଓ ଆଲେକଜାଣ୍ଡ୍ରା ଗୋରୢାଚକିନା-କାଟେରିନା ଲାଗ୍‌ନୋଙ୍କ ମଧ୍ୟରେ ମ୍ୟାଚ୍‌ ଅମୀମାଂସିତ ରହିଥିଲା। ଦ୍ବିତୀୟ ରାଉଣ୍ଡରେ ପ୍ରଜ୍ଞାନନ୍ଦଙ୍କ ମୁକାବିଲା ଗୁକେଶଙ୍କ ସହିତ ଓ ବିଦିତଙ୍କ ମୁକାବିଲା ହିକାରୁଙ୍କ ସହିତ ହେବ। ମହିଳା ବର୍ଗରେ ହମ୍ପିଙ୍କ ସାମ୍ନା କାଟେରିନାଙ୍କ ସହିତ ଓ ବୈଶାଳୀଙ୍କ ମ୍ୟାଚ୍‌ ଟାନ୍‌ଙ୍କ ସହିତ ହେବ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button