ଅପରାଧ

ଅନ୍‌ଲାଇନ୍‌ରେ ଟ୍ରୋଲ୍‌ ହେବାରୁ ଜୀବନ ହାରିଲେ ମହିଳା – Kalinga News

[ad_1]

ବିଜୟୱାଡ଼ା: ଅନ୍‌ଲାଇନ୍‌ର ଆଜିକାଲି ବିଭିନ୍ନ ପ୍ରକାରର ଖରାପ ପକ୍ଷ ଦେଖିବାକୁ ମିଳୁଛି। ଅନ୍‌ଲାଇନ୍‌ରେ ହଇରାଣ ହେବା ହେତୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ସପକ୍ଷରେ କହିଥିବାରୁ ବିରୋଧୀ ଦଳର ଟିଡିପି ଏବଂ ଜନସେନାଙ୍କ ଦ୍ୱାରା ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯିବା ପରେ ସେ ଚରମ ପଦକ୍ଷେପ ନେଇଥିବା ତାଙ୍କ ପରିବାର ଅଭିଯୋଗ କରିଛନ୍ତି।
ପୁଲିସର ସୂଚନାନୁସାରେ, ଗୀତାଞ୍ଜଳି ନାମକ ଜଣେ ମହିଳା ଗତ ସପ୍ତାହରେ ଟେନାଲି ରେଳ ଷ୍ଟେସନ ନିକଟରେ ଆହତ ଅବସ୍ଥାରେ ମିଳିଥିଲେ। ସୋମବାର ତାଙ୍କର ଦେହାନ୍ତ ହୋଇଛି।
ଲୋକୋ ପାଇଲଟଙ୍କ କହିବାନୁଯାୟୀ ଅନୁଯାୟୀ ସେ ଟ୍ରେନ୍ ଆଗରେ ଆସି ଆତ୍ମହତ୍ୟା କରିଥିଲେ। ତାଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିଲା। ତାଙ୍କୁ ଗୁଣ୍ଟୁରର ଜିଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ସୋମବାର ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।

ଅନୁସନ୍ଧାନରୁ ଏହା ଜଣାପଡ଼ିଛି ଯେ ଗୀତାଞ୍ଜଳି ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଠାରେ ସେ ଏକ ଜମି ପାଟା ପାଇଥିଲେ। ସେଠାରେ ସେ ସ୍ଥାନୀୟ ମିଡିଆ ଚ୍ୟାନେଲକୁ ଏକ ସାକ୍ଷାତକାର ଦେଇଥିଲେ ଏବଂ ଏହା ପ୍ଲାଟଫର୍ମରେ ଭାଇରାଲ ହୋଇଥିଲା। ଭାଇରାଲ ହେବା ପରେ ତାଙ୍କୁ ଅତି ନିର୍ମମ ଭାବେ ଟ୍ରୋଲ କରାଯାଇଥିଲା।

ପରିବାର ସଦସ୍ୟଙ୍କ ବୟାନ ଓ ଅନୁସନ୍ଧାନ ଅଧିକାରୀ ରେଳବାଇର  ରିପୋର୍ଟ ଅନୁଯାୟୀ ଆମେ ଏଠାରେ ମାମଲା ପଞ୍ଜିକରଣ କରିବୁ ବୋଲି ଏସପି କହିଛନ୍ତି।
ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ୱାଇଏସ୍‌ ଜଗନ୍ ମୋହନ ରେଡ୍ଡୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button